ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅନଲକ୍-୩ରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଅର୍ଥାତ୍ ଆସନ୍ତାକାଲି ଠାରୁ ବଜାର, ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ ରେଷ୍ଟୁରାଣ୍ଟ ଓ ବ୍ୟକ୍ତିଗତ ଅଫିସ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ୍, କଲେଜ୍, ଶିକ୍ଷାକେନ୍ଦ୍ର ଓ କୋଚିଂ ସେଣ୍ଟର ଆଦି ପୂର୍ବଭଳି ବନ୍ଦ ରହିବ। ସାମାଜିକ, ରାଜନୀତିକ, ଖେଳକୁଦ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ସମାରୋହ ଉପରେ ରୋକ୍ ଜାରି ରହିବ। ସୁଇମିଂ ପୁଲ୍, କ୍ରୀଡ଼ା ପରିସର, ସିନେମା ହଲ୍, ମଲ୍ଟିପ୍ଲେକ୍ସ ମଧ୍ୟ ବନ୍ଦ ରହିବ। ତେବେ ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ଏସବୁ କେବଳ ଗୋଟିଏ ସପ୍ତାହ ପାଇଁ ଲାଗୁ କରାଯାଇଛି। ଯଦି ଆଗକୁ ମାମଲା ପୁଣି ବଢ଼େ, ତାହେଲେ କଟକଣା ଲଗାଯିବ। ନଚେତ୍ ସ୍ଥିତି ଠିକଠାକ୍ ରହିଲେ, ଏହି ଅନଲକ୍ ପ୍ରକ୍ରିୟା ଜାରି ରହିବ।
ଅନଲକ୍-୩ରେ କ’ଣ ଖୋଲିବ, କ’ଣ ବନ୍ଦ ରହିବ
- ସ୍ପା, ଜିମ୍, ଯୋଗ ଅନୁଷ୍ଠାନ ବନ୍ଦ ରହିବ।
- ସାର୍ବଜନିକ ପାର୍କ ଓ ଉଦ୍ୟାନ ବନ୍ଦ ରହିବ।
- ସରକାରୀ କାର୍ଯ୍ୟାଳୟରେ ଗ୍ରୁପ୍-ଏର ଅଧିକାରୀଙ୍କ ଶତପ୍ରତିଶତ ଉପସ୍ଥିତି ରହିବ ଏବଂ ବାକି କର୍ମଚାରୀଙ୍କର ୫୦ ପ୍ରତିଶତ ରହିବ।
- ଆବଶ୍ୟକ ଗତିବିଧି ଜାରି ରହିବ ।
- ବ୍ୟକ୍ତିଗତ ଅଫିସ୍ ସକାଳ ୯ଟାରୁ ୫ଟା ଯାଏ ୫୦ ପ୍ରତିଶତ କ୍ଷମତାରେ ଚାଲିବ।
- ସବୁ ମାର୍କେଟ କମ୍ପ୍ଲେକ୍ସ, ମଲ୍ ଏବେ ସକାଳ ୧୦ଠାରୁ ରାତି ୮ଟା ଯାଏ ସମ୍ପୂର୍ଣ୍ଣ ଭାବେ ଖୋଲିବ।
- ଧାର୍ମିକ ସ୍ଥଳ ଖୋଲିବ, କିନ୍ତୁ କୌଣସି ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ନାହିଁ।
- ସାପ୍ତାହିକ ବଜାରର ଅନୁମତି ମିଳିବ, କିନ୍ତୁ ପ୍ରତି ଜୋନରେ କେବଳ ଗୋଟିଏ ୧ ବଜାର ଖୋଲିବ।
- ସାର୍ବଜନିକ ସ୍ଥାନରେ ଯେପରି ବଙ୍କେଟ୍ ହଲ୍ କିମ୍ବା ହୋଟେଲରେ ବିବାହ ପାଇଁ ଅନୁମତି ନାହିଁ।
- ବିବାହ କେବଳ କୋର୍ଟ କିମ୍ବା ଘରେ ହୋଇପାରିବ, କିନ୍ତୁ କେବଳ ୨୦ ଲୋକଙ୍କୁ ଅନୁମତି ।
- ଅନ୍ତିମ ସଂସ୍କାର ପାଇଁ କେବଳ ୨୦ ଲୋକଙ୍କୁ ଅନୁମତି
- ଦିଲ୍ଲୀରେ ମେଟ୍ରୋ ଓ ବସରେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି।
- ଅଟୋ, ଇ-ରିକ୍ସା କିମ୍ବା ଟ୍ୟାକ୍ସରେ ୨ରୁ ଅଧିକ ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ।
The post ହଟିଲା କଟକଣା, ଆସନ୍ତାକାଲି ଠାରୁ ଖୋଲିବ ରେଷ୍ଟୁରାଣ୍ଟ ଓ ସବୁ ଦୋକାନ appeared first on Odisha Reporter.
from Odisha Reporter https://ift.tt/2ToIqv8
No comments:
Post a Comment