ମଙ୍ଗଳବାର ତୁଳନାରେ ବୁଧବାର କରୋନା ସଂକ୍ରମିତ ସଂଖ୍ୟା ସାମାନ୍ୟ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ମଙ୍ଗଳବାର ତୁଳନାରେ ବୁଧବାର କରୋନା ସଂକ୍ରମିତ ସଂଖ୍ୟା ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ଦୁର୍ବଳ ହେଉଥିବା ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ସ୍ୱାସ୍ଥ୍ୟା ବିଭାଗ ଜାରି କରିଥିବା ଦୈନିକ ସଂକ୍ରମିତ ସଂଖ୍ୟା ତୁଳନାରେ ଆଜିର ସଂଖ୍ୟା ଅଧିକ ରହିଛି। ମଙ୍ଗଳବାର ଦୈନିକ ସଂକ୍ରମିତ ୧.୨୭ ଲକ୍ଷ ଚିହ୍ନଟ ହୋଇଥିଲେ। ବୁଧବାର ସଂକ୍ରମଣର ସାମାନ୍ୟ ବୃଦ୍ଧି ଏହା ସୂଚାଇଛି ଯେ କରୋନା ଲହର ମନ୍ଥର ହୋଇଥିଲେ ମଧ୍ୟ ବେପରୁଆ ହେଲେ ସଂକ୍ରମଣ ପୁଣି ବଢ଼ିବ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ୨ କୋଟି ୩୮ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ୫୪ ଦିନ ପରେ ଏହା ପ୍ରଥମ ଥର, ଯେତେବେଳେ ଗୋଟିଏ ଦିନରେ ବହୁତ କମ୍ ସଂକ୍ରମିତ ଚିହ୍ନଟ ହୋଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୬.୫୭ ପ୍ରତିଶତ ରହିଛି। କ୍ରମାଗତ ୯ ଦିନ ପାଇଁ ଏହି ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି।

ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇଲେ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୫,୧୦୨ ହୋଇଛି। ଗତ ୪ ସପ୍ତାହ ଧରି ଦେଶରେ ସଂକ୍ରମଣରେ ହ୍ରାସ ଘଟିଛି। ମଙ୍ଗଳବାର ଦୁଇ ମାସର ଦୀର୍ଘ ବ୍ୟବଧାନ ପରେ, ୧.୨୭ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଥିଲା ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ୨,୭୯୫ କୁ ହ୍ରାସ ପାଇଥିଲା। ପ୍ରଥମ ଥର ପାଇଁ ଦୀର୍ଘ ମାସ ପରେ ମୃତ୍ୟୁ ସଂଖ୍ୟା ତିନି ହଜାର ତଳେ ଥିଲା।

ମେ ୭ରେ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ଦେଶରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ରହିଛି। ଏହା ପରେ କିନ୍ତୁ କ୍ରମଶଃ କରୋନା ସଂକ୍ରମଣ କମିବାରେ ଲାଗିଛି। ଏବେ ଦେଶରେ ୧୭,୯୩,୬୪୫ ଜଣ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି।

ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୧,୦୧,୮୭୫ କମିଛି। ସେହିପରି ଦେଶରେ ସଂକ୍ରମଣ କମିବା ସହିତ ଆରୋଗ୍ୟ ହାର ମଧ୍ୟ ବଢ଼ି ଚାଲିଛି। ଏହି ଅବଧି ମଧ୍ୟରେ ୨,୬୧,୭୯,୦୮୫ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ଲଗାତର ୨୦ ଦିନ ଧରି ସଂକ୍ରମିତ ସଂଖ୍ୟା ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ଦେଶରେ ଆରୋଗ୍ୟ ହାର ଏବେ ୯୨.୪୮% କୁ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୮.୨୧% ରହିଛି।

The post ମଙ୍ଗଳବାର ତୁଳନାରେ ବୁଧବାର କରୋନା ସଂକ୍ରମିତ ସଂଖ୍ୟା ସାମାନ୍ୟ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3g5aMBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages