ବାବୁଙ୍କ ବୋଲେରୋକୁ ଗୋଡ଼ାଇ ଧରିଲା ଭିଜିଲାନ୍ସ, ବାହାରିଲା ବିଡ଼ା ବିଡା ନୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ବାବୁଙ୍କ ବୋଲେରୋକୁ ଗୋଡ଼ାଇ ଧରିଲା ଭିଜିଲାନ୍ସ, ବାହାରିଲା ବିଡ଼ା ବିଡା ନୋଟ୍‌

ସୁନ୍ଦରଗଡ଼ (ବିଜୟ ବରୁଆ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା, ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ଆଜି ସକାଳେ ଜୟପ୍ରକାଶ ମହାନ୍ତି ଅଫିସ୍‌ ବୋଲେରୋ ଯୋଗେ ଝାରସୁଗୁଡ଼ା ଯାଉଥିଲେ। ସେଠାରୁ ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଇଥା’ନ୍ତେ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍‌ ତାଙ୍କୁ ପିଛା କରିଥିଲେ। ମସ୍ନିକାନୀ ଟୋଲ୍ ପ୍ଲାଜାରେ ଭିଜିଲାନ୍ସ ଟିମ୍ ଜୟପ୍ରକାଶଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା।

ଏହି ଟଙ୍କା ସଂପର୍କରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚରାଉଚରା କରିଥିଲା। ତେବେ ପ୍ରାଥମିକ ପଚରାଉଚରା ବେଳେ ଜୟପ୍ରକାଶ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ନିଜ ସହ ନେଇଯିବା ସହ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

The post ବାବୁଙ୍କ ବୋଲେରୋକୁ ଗୋଡ଼ାଇ ଧରିଲା ଭିଜିଲାନ୍ସ, ବାହାରିଲା ବିଡ଼ା ବିଡା ନୋଟ୍‌ appeared first on Odisha Reporter.



from Odisha Reporter https://ift.tt/2RbNaTU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages