ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ୍ ପକ୍ଷରୁ ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ଆଇନଗତ ନୋଟିସ ପଠାଇଛି। ଗାଜିଆବାଦରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାରପିଟ କରିବା ବେଳର ଭିଡିଓ ଘଟଣାରେ ପୁଲିସ ପକ୍ଷରୁ ଏହି ନୋଟିସ କରାଯାଇଛି। ଟ୍ୱିଟର ଏପରି ଭିଡିଓ ଜାରି କରି ସାଂପ୍ରଦାୟକି ଅଶାନ୍ତିକୁ ଉସକାଇବାକୁ ଚାହୁଁଥିବା ଅଭିଯୋଗ ହୋଇଛି।
ନୋଟିସ୍ରେ ପୁଲିସ୍ ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଲୋନି ସୀମାରେ ଥିବା ପୁଲିସ୍ ଷ୍ଟେସନକୁ ଆସିବାକୁ କହିଛି। ୭ ଦିନ ମଧ୍ୟରେ ସେ ଥାନାକୁ ଆସି ପୂରା ଘଟଣାରେ ନିଜର ବୟାନ ରେକର୍ଡ କରାଇବେ। ଉତ୍ତର ପ୍ରଦେଶ ପୁଲିସ୍ ନୋଟିସ କରିଥିଲେ ହେଁ ଟ୍ୱିର ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଗତ ମାସରେ ତଥାକଥିତ କଂଗ୍ରେସ ଟୁଲକିଟ ମାମଲାରେ ପୁଲିସ୍ର ସ୍ପେଶାଲ ସେଲ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଜେରା କରିଥିଲା। ଏବେ ପୁଲିସ ଗାଜିଆବାଦ ମାରପିଟ ଘଟଣାରେ ନୋଟିସ କରିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଟ୍ୱିଟରରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ମାଡ଼ ମରାଯିବା ସହ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଥିବା କଥା କହିବାର ଦୃଶ୍ୟ ରହିଥିଲା। ତେବେ ଭିଡିଓର ସତ୍ୟତା ନ ଜାଣି ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଓ ସମାଜର ଶାନ୍ତି ଭଙ୍ଗ କରିବାକୁ ଏହାକୁ ଶେୟାର କରାଯାଥିବା ଅଭିଯୋଗ ହୋଇଛି।
ଟ୍ୱିଟର ମଧ୍ୟ ଏହାକୁ ମ୍ୟାନୁପଲେଟେଡ ମିଡିଆର ଟ୍ୟାଗ ଦେଇ ନଥିବାରୁ ପୁଲିସ୍ ଆକ୍ସନ ମୋଡ଼କୁ ଆସିଛି। ଏଥିପାଇଁ ଲୋନି ପୁଲିସ୍ ଷ୍ଟେସନରେ ଟ୍ୱିଟର ଇଣ୍ଡିଆ ସହ ଏକାଧିକ ସାମ୍ବାଦିକ ଓ ନ୍ୟୁଜ ୱେବସାଇଟ ବିରୋଧରେ ଏଫଆଇଆର ହୋଇଛି।
The post ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ପୁଲିସର ନୋଟିସ, ଥାନାରେ ହାଜର ହେବାକୁ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/2S7vJEF
No comments:
Post a Comment