ଟ୍ରମ୍ପଙ୍କ ବଡ଼ ବୟାନ: କରୋନା ଭାରତରେ ଧ୍ୱଂସଲୀଲା ରଚିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 17, 2021

ଟ୍ରମ୍ପଙ୍କ ବଡ଼ ବୟାନ: କରୋନା ଭାରତରେ ଧ୍ୱଂସଲୀଲା ରଚିଛି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର କରୋନା ସ୍ଥିତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କରୋନା ମହାମାରୀ ଭାରତରେ ଧ୍ୱଂସର ତାଣ୍ଡବ ଲୀଳା ରଚିଛି। ଏଥିସହ ବିଶ୍ୱରେ ଚାଇନା ପାଇଁ କୋଭିଡ-୧୯ ମହାମାରୀ ବ୍ୟାପିଛି। ଏଥିପାଇଁ ଚାଇନା କ୍ଷତିପୂରଣ ବାବଦରେ ଆମେରିକାକୁ ୧୦ ଟ୍ରିଲିୟନ ଡଲାର ଦେବା ଉଚିତ ବୋଲି ସେ କହିଛନ୍ତି।

ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଚାଇନା କରୋନା ମହାମାରୀ ସଂକ୍ରମଣ ପାଇଁ ଦାୟୀ। ସେ ବିଶ୍ୱକୁ କ୍ଷତିପୂରଣ ଦେବା ଉଚିତ। କିନ୍ତୁ ଚାଇନା ନିଜର କ୍ଷମତା ଅନୁସାରେ କ୍ଷତିପୂରଣ ଦେଉ। ଅବଶ୍ୟ କ୍ଷତିପୂରଣ ଠାରୁ ମହାମାରୀର କ୍ଷତି ଯଥେଷ୍ଟ ଅଧିକ।

କ୍ଷତିପୂରଣ ଅର୍ଥ ଚାଇନା ପକ୍ଷରୁ ଆମେରିକାକୁ ଦିଆଯାଉ। ସମଗ୍ର ବିଶ୍ୱ କରୋନା ଯୋଗୁ କ୍ଷତି ସହିଛି। ଚାଇନାର କାର୍ଯ୍ୟକଳାପ ଯୋଗୁ ଆଜି ଅନେକ ଦେଶ କିପରି ବରବାଦ ହୋଇଗଲେ, ସେକଥା ସମସ୍ତେ ଦେଖିଛନ୍ତି। ଏହା ଦୁର୍ଘଟଣା ହେଉ କିମ୍ବା ଜାଣତରେ ହେଉ, କ୍ଷତି ତ ଘଟିଛି। ମୁଁ ଆଶା କରୁଛି ଏହା ଏକ ଦୁର୍ଘଟଣା ହୋଇଥାଉ। ଲାଗୁଛି ନିଜର ଅକ୍ଷମତା କିମ୍ବା ଦୁର୍ଘଟଣା ଯୋଗୁ ଏପରି ଘଟିଛି ବୋଲି ଟ୍ରମ୍ପ କହିଛନ୍ତି।

ସେ ଆହୁରି କହିଛନ୍ତି, “ଆପଣ ଏହାକୁ ଦୁର୍ଘଟଣା କହିପାରନ୍ତି ବା ଯାହା କିଛି ବି କହିପାରନ୍ତି। ହେଲେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ଥରେ ଦେଖନ୍ତୁ। ସେମାନେ ଆଉ କେବେ ହେଲେ ବି ପୂର୍ବ ଅବସ୍ଥାକୁ ଫେରିପାରିବେ ନାହିଁ। ଆମେ ଦେଶ ମଧ୍ୟ ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଆମ ଦେଶ ତୁଳନାରେ ଅନ୍ୟ ଦେଶର ଅଧିକ କ୍ଷତି ଘଟିଛି।”

ଏହି ସମୟରେ ସେ ଭାରତର ଉଦାହରଣ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ବର୍ତ୍ତମାନ ଭାରତରେ କ’ଣ ଘଟୁଛି, ସେକଥା ଦେଖନ୍ତୁ। ଆପଣ ଜାଣିଛନ୍ତି, ସେମାନେ କହିବେ ଯେ ଦେଖ ଭାରତ କେମିତି ଭଲ ଭାବେ ମୁକାବିଲା କରୁଛି। କାରଣ ସେମାନେ ସବୁବେଳେ ବାହାନା ଖୋଜି ଥାଆନ୍ତି। ତଥ୍ୟ କହୁଛି ଭାରତ ଏବେ କରୋନାର ଧ୍ୱଂସଲୀଳାର ସମ୍ମୁଖୀନ ହୋଇଛି। କେବଳ ଭାରତ ନୁହେଁ, ପ୍ରାୟ ସମସ୍ତ ଦେଶ କରୋନାର ତାଣ୍ତବରେ ପ୍ରଭାବିତ ହୋଇଛନ୍ତି।”

ଡୋନାଲ୍ଡ ଟ୍ରମ୍ପ କରୋନାର ଉତ୍ପତ୍ତି ସ୍ଥଳ ଠାବ କରିବାରେ ଚାଇନା ସହଯୋଗ କରୁ ବୋଲି କହିଛନ୍ତି। ସେ କହିଛନ୍ତି, “ କରୋନା କେଉଁଠୁ ଆସିଲା ଓ କେମିତି ଆସିଲା, ତା’କୁ ଠାବ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ ଏଥିପାଇଁ ଚାଇନା ସହଯୋଗ କରିବା ଦରକାର। ବର୍ତ୍ତମାନ ସମୟରେ ତାଙ୍କର ଅର୍ଥନୀତି ଓ ଆମର ଅର୍ଥନୀତି ପୁଣିଥରେ ଦ୍ରୁତଗତିରେ ଆଗକୁ ବଢ଼ିବା ଆରମ୍ଭ କରିଛି।”

ସୂଚନାଯୋଗ୍ୟ, ୨୦୧୯ ମସିହା ଡିସେମ୍ବର ମାସରେ ପ୍ରଥମେ ଚାଇନାର ଉହାନରୁ କରୋନା ଭାଇରସ ଠାବ ହୋଇଥିଲା। ଏହାପରେ ସମଗ୍ର ବିଶ୍ୱକୁ ଏହା ବ୍ୟାପିଥିଲା। କ୍ଷମତାରେ ଥିବା ବେଳେ ଟ୍ରମ୍ପ କରୋନା ଭାଇରସ ପାଇଁ ଚାଇନାକୁ ଦାୟୀ କରିଥିଲେ। ଏବେ ବି ସେ ସମାନ କଥା କହିଛନ୍ତି।

The post ଟ୍ରମ୍ପଙ୍କ ବଡ଼ ବୟାନ: କରୋନା ଭାରତରେ ଧ୍ୱଂସଲୀଲା ରଚିଛି appeared first on Odisha Reporter.



from Odisha Reporter https://ift.tt/3wBY84t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages