ମାଲକାନଗିରି (ଜିତେନ୍ଦ୍ର ବେଉରା): ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି ଦେଢ଼ ଶହ କଇଁଛ। ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ୨ଟି ବାଇକ୍ ମଧ୍ୟ ଜବତ କରିଛି ବନ ବିଭାଗ।
କାଲିମେଳା ଅଞ୍ଚଳର କିଛି ଲୋକ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରି କରୁଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ବନ କର୍ମଚାରୀମାନେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି-୬୫ ଗାଁରେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ୨ ଜଣ କଇଁଛ ବ୍ୟବସାୟୀ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଘଟଣାସ୍ଥଳରୁ ବନ କର୍ମଚାରୀମାନେ କଇଁଛ ସହ ୨ଟି ବାଇକ୍ ଜବତ କରିଥିଲେ।
ଏହି ଘଟଣା ସଂପର୍କରେ କାଲିମେଳା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
The post ଦେଢ଼ ଶହ କଇଁଛ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/3ponJev
No comments:
Post a Comment