ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। କ୍ରମାଗତ ଭାବରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବା ଓ ଆରୋଗ୍ୟ ହାର ବଢ଼ିବା ଦେଶ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ତଳେ ରହିଛି। ସେହିପରି ଦେଶରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୧୭ ହଜାରରୁ କମି ଏବେ ୧୬ ହଜାରରେ ପହଞ୍ଚିଛି। ବିଗତ ୮ ଦିନ ହେବ ଦେଶରେ ଦୈନିକ ସଂକ୍ରମିତ ୨ ଲକ୍ଷରୁ କମ୍ ଚିହ୍ନଟ ହେଉଛନ୍ତି।
ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୨ ହଜାର ୩୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଅବଧି ମଧ୍ୟରେ ୨୭୧୩ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଏଯାବତ ୨,୮୫,୭୪,୩୫୦ ଜଣ ମୋଟ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ମୋଟ୍ ୧୬, ୩୫,୯୯୩ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨,୬୫,୯୭,୬୫୫ ଜଣ ଡିସଚାର୍ଜ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୨,୪୦,୭୦୨ ଛୁଇଁଛି।
ତେବେ ଲଗାତର ୨୨ ଦିନ ହେବ ଦେଶରେ ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ଏହି କାରଣରୁ ଦେଶରେ ସଂକ୍ରମିତ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏହା ସହିତ ଦେଶରେ ଆରୋଗ୍ୟ ହାର ୯୩.୦୮% କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ମାତ୍ର ୭.୨୭ ପ୍ରତିଶତ ରହିଥିବା ବେଳେ ଦୈନିକ ହାର ୬.୩୮%କୁ ଖସିଛି। ଲଗାତର ୧୧ ଦିନ ପାଇଁ ଏହି ହାର ୧୦ ପ୍ରତିଶତରୁ କମ୍ ରହିଛି।
ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ମୁକାବିଲା କରିବା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକ ଏବଂ ଟିକାକରଣ ପାଇଁ ସଂକ୍ରମଣ ସଂଖ୍ୟା କ୍ରମାଗତ ହ୍ରାସ ଘଟିଛି ବୋଲି କୁହାଯାଉଛି।
The post ଦୈନିକ ସଂକ୍ରମିତ ତୁଳନାରେ ବଢ଼ୁଛି ଆରୋଗ୍ୟ ହାର, ଚିନ୍ତାଜନକ ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3uKqW9v
No comments:
Post a Comment