କେପଟାଉନ୍: ସାଧାରଣତଃ ଆପଣମାନେ ଯାଆଁଳ ଛୁଆ ଜନ୍ମ ଦେବା କଥା ଶୁଣିଥିବେ। ଏମିତିକି ଜଣେ ମହିଳା ତିନି ଜଣ ଛୁଆକୁ ମଧ୍ୟ ଜନ୍ମ ଦେଇଥିବା ନଜରକୁ ଆସିଛି। କିନ୍ତୁ ଜଣେ ମହିଳା ଏକାଥରକେ ୧୦ ଛୁଆକୁ ଜନ୍ମ ଦେବା କଥା କେକେ ଶୁଣିଛନ୍ତି କି? ବାସ୍ତବରେ ଏଭଳି ଆଶ୍ଚର୍ୟ୍ୟ ଭଲା ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ। ଏହା ଏକ ପ୍ରକାର ବିଶ୍ୱ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋସିଆମି ଥାମରା ସିଥୋଲ୍ ନାମକ ଜଣେ ମହିଳା ଏକାସାଙ୍ଗରେ ୧୦ ଛୁଆଙ୍କୁ ଜନ୍ମ ଦେଇଛନ୍ତି।
ମିଡିଆ ରିପୋର୍ଟ ମୁତାବ, ୩୭ ବର୍ଷୀୟ ଗୋସିଆମି ଏକାସାଙ୍ଗରେ ୭ ପୁଅ ଓ ତିନି ଝିଅକୁ ଜନ୍ମ ଦେଇଛନ୍ତି। ଗର୍ଭବତୀ ଥିବା ବେଳେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କର ୬ ପିଲା ଜନ୍ମ ହୋଇପାରନ୍ତି। କିନ୍ତୁ ଜୁନ୍ ୭ ତାରିଖରେ ଗୋସିଆମିଙ୍କର ଯେତେବେଳେ ଅପରେସନ୍ କରାଗଲା, ସେ ଏକା ସାଙ୍ଗରେ ୧୦ ଛୁଆକୁ ଜନ୍ମ ଦେଲେ। ଗୋସିଆମି କହିଛନ୍ତି ଯେ ତାଙ୍କ ପତିଙ୍କୁ ବିଶ୍ୱାସ ଥିଲା ଯେ ତାଙ୍କର ୮ ଛୁଆ ଜନ୍ମ ହୋଇପାରନ୍ତି। ନିଜର ସବୁ ଛୁଆଙ୍କୁ ସୁସ୍ଥ ଦେଖି ପରିବାରର ସମସ୍ତ ସଦସ୍ୟ ବହୁତ ଖୁସି ହୋଇଛନ୍ତି।
ଗୋସିଆମି କହିଛନ୍ତି ଯେ ଗର୍ଭବତୀ ସମୟରେ ଡାକ୍ତର ଯେତେବେଳେ ଲାଗିଲା ଯେ ତାଙ୍କ ପେଟରେ ୬ ଛୁଆ ଅଛନ୍ତି, ସେ ଗୋସିଆମିଙ୍କୁ ଅଧିକ ସତର୍କ ରହିବାକୁ କହିଥିଲେ। ସାମାନ୍ୟ ଅବହେଳା ସବୁ ପିଲାମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଏକ ସମୟ ଏଭଳି ଆସିଥିଲା ଯେ ଗୋସିଆମି ବହୁତ ଅସୁସ୍ଥ ହୋଇପଡ଼ିଥିଲେ। ସେ କହିଛନ୍ତି ଯେ ପ୍ରେଗନାନ୍ସି ସମୟରେ ସେ ବହୁତ ଯନ୍ତ୍ରଣାରେ ଥିଲେ, କିନ୍ତୁ ତାଙ୍କ ମନରେ ଗୋଟିଏ କଥା ଥିଲା ଯେ କିପରି ତାଙ୍କ ଛୁଆମାନେ ସୁସ୍ଥ ରହିବେ ।
Gosiame Thamara Sithole gave birth to 10 babies (she & her doctors thought she was expecting 6… then 8…).
The 37-year-old is now the mother of 12 (the decuplets join their 6-year old twin siblings)
She is now in the Guinness World Book of Records.
https://t.co/N7PKXQUDUJ— Ottilia Anna MaSibanda (@MaS1banda) June 8, 2021
ମିଡିଆ ରିପୋର୍ଟ ମୁତାବକ, ଗୋସିଆମିଙ୍କ ସବୁ ଛୁଆ ସୁସ୍ଥ ଅଛନ୍ତି, କିନ୍ତୁ ଏବେ ତାଙ୍କୁ କିଛି ଦିନ ପାଇଁ ଇନକ୍ୟୁଭେଟର୍ସରେ ରହିବାକୁ ପଡ଼ିବ। ମଲ୍ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ଗୋସିଆମି ପ୍ରାକୃତିକ ଭାବେ ଗର୍ଭଧାରଣ କରିଥିଲେ। ପ୍ରେଗନାନ୍ସି ବେଳେ ତାଙ୍କୁ ଅନେକ ସମସ୍ୟା ହୋଇଥିଲା । ତାଙ୍କ ଗୋଡ଼ ଓ ଅଣ୍ଟାରେ ସବୁବେଳେ ଯନ୍ତ୍ରଣା ହେଉଥିଲା ।
ସେ ଜାଣିଥିଲେ ଯେ ଗୋଟିଏ ଭୁଲ୍ ତାଙ୍କ ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ତେବେ ସବୁକିଛି ଠିକଠାକ୍ ହେଲା ଏବଂ ଆଜି ଗୋସିଚମି ଦୁନିଆରେ ଜଣେ ପ୍ରେଗନାନ୍ସିରେ ସର୍ବାଧିକ ପିଲା ଜନ୍ମ କରିଥିବା ମହିଳା ହୋଇଛନ୍ତି। ଏହା ପୂର୍ବରୁ ମରକ୍କୋର ମାଲିର ହଲିମା ସିସି ନାମକ ଜଣେ ମହିଳାଙ୍କ ନାଁରେ ଏହି ରେକର୍ଡ ଥିଲା। ହଲିମା ୯ ପିଲାଙ୍କୁ ଜନ୍ମ ଦେଇଥିଲେ। ଏଥିରେ ପାଞ୍ଚ ଝିଅ ଓ ଚାରି ପୁଅ ସାମିଲ୍ ଥିଲେ। ହଲିମାଙ୍କ ରେକର୍ଡକୁ ଗୋସିଆମି ମାତ୍ର ମାସକ ଭିତରେ ଭାଙ୍ଗି ଦେଇଛନ୍ତି।
The post ଡାକ୍ତର କହିଥିଲେ ୬, ଏକାସାଙ୍ଗରେ ୧୦ ଛୁଆ ଜନ୍ମ ଦେଲେ ମହିଳା appeared first on Odisha Reporter.
from Odisha Reporter https://ift.tt/3w8zyrN
No comments:
Post a Comment