ବଲାଙ୍ଗୀର (ଓଡ଼ିଶା ରିପୋର୍ଟର ): ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ । ଥାନାରୁ ଅଭିଯୁକ୍ତ ଖସିଯାଇଛି ନା ତା’ ସହ ଆଉ କ’ଣ ଘଟିଛି, ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ତା’ ପରିବାର ଲୋକେ। କିନ୍ତୁ ପୁଲିସ୍ ମୁହଁ ଖୋଲୁନି। ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରେ।
ସୂଚନା ମୁତାବକ, ଗତ ବର୍ଷ ନଭେମ୍ୱର ୫ ତାରିଖରୁ ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ନିଖୋଜ ହୋଇଯାଇଥିଲେ । ୧୭ ଦିନ ପରେ ନଭେମ୍ୱର ୨୨ ତାରିଖରେ ଜଙ୍ଗଲ ଭିତରୁ ଗଜାନନଙ୍କ ଶବ ମିଲିଥିବା । ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ସେମାନେ ଗଜାନନ ସହିତ ଯାଇଥିବା ଶିର ରଣାଙ୍କୁ ଏଥିପାଇଁ ଦାୟୀ କରିଥିଲେ।
ପୁଲିସ ବହୁତ ଖୋଜାଖୋଜି କରିବା ପରେ ଵି ଶିରକୁ ଗିରଫ କରିପାରିନଥିଲା। ଗତକାଲି ପରିବାର ଲୋକେ ଶିରକୁ ଆଣି ଦେଓଗାଁ ଥାନାରେ ଆତ୍ମସମର୍ପଣ କରାଇଥିଲେ । କିନ୍ତୁ ଆଜି ସକାଳେ ସେ ଥାନାରୁ ନିଖୋଜ ଥିବା ଜଣାପଡ଼ିଥିଲା । ଶିର ଥାନାରୁ ଫେରାର ମାରିଛି ନା ତା ସହିତ ଅନ୍ୟକିଛି ଘଟଣା ଘଟିଛି ତାହା ସନ୍ଦେହ ଘେରରେ ରହିଛି।
ଶିରକୁ ଖୋଜି ଆଣିବା ଦାବିରେ ପରିବାର ଲୋକେ ଦେଓଗାଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣାକୁ ନେଇ ଦେଓଗାଁ ପୁଲିସ ମୁଁହ ଖୋଲି ନାହିଁ।
The post କାଲି ଆତ୍ମସମର୍ପଣ କରିଥିଲା ହତ୍ୟା ଅଭିଯୁକ୍ତ, ଆଜି ଥାନାରୁ ନିଖୋଜ! appeared first on Odisha Reporter.
from Odisha Reporter https://ift.tt/3glXPE1
No comments:
Post a Comment