ଆଦର୍ଶ ବିବାହ: ଗୋ’ଶାଳାରେ ପଡ଼ିଲା ହାତଗଣ୍ଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ଆଦର୍ଶ ବିବାହ: ଗୋ’ଶାଳାରେ ପଡ଼ିଲା ହାତଗଣ୍ଠି

ହାଇଦ୍ରାବାଦ: ବାହାଘର ହେବ ତ ଏମିତି। ନା ବ୍ୟାଣ୍ଡ ବାଜା ବାରାତ ନା ଭୋଜିଭାତ। ବଡ଼ ରିସୋର୍ଟ କି କଲ୍ୟାଣ ମଣ୍ଡପ ବି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ତ୍ତ ବି ହୋଇନି। ହେଲେ ଇଏ ଏମିତିକା ବାହାଘର ଯାହା ସବୁବେଳ ପାଇଁ ମନେ ରହିବ । ଆଡମ୍ବରପୂର୍ଣ୍ଣ ନୁହେଁ ଇଏ ଆଦର୍ଶ ବାହାଘର।

ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ନିଖିଲ ଏବଂ ରକ୍ଷା । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ । ବଡ଼ ଧରଣର ବିବାହ ବଦଳରେ ଆଦର୍ଶ ବାହାଘର କରିବାକୁ ଯାଇ ଗୋଶାଳାରେ ହୋଇଥିଲା ବିବାହ । ଗୁହାଳରେ ପଡିଥିଲା ବର-କନିଆର ହାତଗଣ୍ଠି । କିଛି ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଗହଣରେ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ।

ବାହାଘର ପରେ ଭୋଜି ବି ଆୟୋଜନ ହୋଇଥିିଲା। ହେଲେ ଭୋଜି ଖାଇଥିଲେ ଗୋରୁ ଗାଇ। ଆଉ ଗୋରୁଙ୍କ ଭୋଜି ମେନୁରେ ଥିଲା ସବୁଜ ଘାସ, ତରଭୁଜ, କଦଳୀ, ଅମୃତଭଣ୍ଡା, ଆଳୁ, ଟମାଟୋ ଓ ଫଳ। ଏସବୁକୁ ଖୁସିରେ ଖାଇଥିଲେ ଗୋରୁ ଗାଇ। ଆଉ, ସେମାନଙ୍କୁ ଖୁସିରେ ଖାଇବାର ଦେଖି ଆନନ୍ଦିତ ହୋଇଥିଲେ ବର କନିଆ। ସେପଟେ ନିଖିଲ ଓ ରକ୍ଷାଙ୍କ ଆଦର୍ଶ ବିବାହକୁ ଲୋକେ ପ୍ରଶଂସା କରିଥିଲେ।

The post ଆଦର୍ଶ ବିବାହ: ଗୋ’ଶାଳାରେ ପଡ଼ିଲା ହାତଗଣ୍ଠି appeared first on Odisha Reporter.



from Odisha Reporter https://ift.tt/3ckKlrd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages