‘ଯେଉଁଦିନ ସେମାନେ କହିବେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

‘ଯେଉଁଦିନ ସେମାନେ କହିବେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବି’

ବେଙ୍ଗାଲୁରୁ: ଯେତେ ଦିନ ପର୍ଯ୍ୟନ୍ତ ବିଜେପି ହାଇକମାଣ୍ଡଙ୍କର ତାଙ୍କ ଉପରେ ବିଶ୍ୱାସ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବ ଓ ଏଥିରେ ତାଙ୍କର ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ବି ଏସ୍ ୟେଦ୍ୟୁରପ୍ପା। କର୍ଣ୍ଣାଟକାରେ ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ରବିବାର ଦେଇଛନ୍ତି ଏହି ପ୍ରତିକ୍ରିୟା।

ସେ କହିଛନ୍ତି, ଯେଉଁ ଦିନ ସେମାନେ (ହାଇକମାଣ୍ଡ) କହିବେ ଯେ ସେମାନେ ଆଉ ମୋତେ ଆବଶ୍ୟକ କରୁ ନାହାନ୍ତି, ସେହିଦିନ ମୁଁ ଇସ୍ତଫା ଦେଇ ଦେବି ଏବଂ ରାଜ୍ୟ ପାଇଁ ଦିନରାତି ଏକ କରି କାମ କରିବି।

ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି, ମୋ ମନରେ କିଛି ଦ୍ୱନ୍ଦ୍ୱ ନାହିଁ। ହାଇକମାଣ୍ଡ ମୋତେ ଏକ ସୁଯୋଗ ଦେଇଛନ୍ତି। ମୁଁ ମୋ ଦକ୍ଷତା ବାହାରେ ଯାଇ ଏହି ସୁଯୋଗର ସଦ୍ ଉପଯୋଗ କରିବା ପାଇଁ ଚେଷ୍ଟା କରୁଛି। ବାକି ସବୁ କଥା ହାଇକମାଣ୍ଡ ଉପରେ।

ସେହିପରି ବିକଳ୍ପ ନେତୃତ୍ୱ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ମୁଁ କାହାକୁ ସମାଲୋଚନା କରିବି ନାହିଁ। କେହି ବିକଳ୍ପ ନେତା ନାହାନ୍ତି ବୋଲି ମୁଁ କହିବି ନାହିଁ। ରାଜ୍ୟରେ ଓ ଦେଶରେ ସବୁ ବେଳେ ବିକଳ୍ପ ଲୋକ ରହିଛନ୍ତି।

ବେଶ୍ ଗୁଡ଼ାଏ ଦିନ ହେଲାଣି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜ୍ୟ ବିଜେପିର କିଛି ନେତା ପ୍ରୟାସ ଚଲାଇଥିବା ଆଲୋଚନା ହେଉଛି। ନିକଟରେ ରାଜ୍ୟର ଜଣେ ମନ୍ତ୍ରୀ ଓ ଜଣେ ଦଳୀୟ ବିଧାୟକ ହାଇକମାଣ୍ଡଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟଶୈଳୀ ବିରୋଧରେ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିବା ଉଦ୍ଦେଶ୍ୟରେ ଦିଲ୍ଲୀ ଯାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରୟାସ ଚାଲିଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଆହୁରି ଦୃଢ଼ ହୋଇଯାଇଥିଲା।

The post ‘ଯେଉଁଦିନ ସେମାନେ କହିବେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବି’ appeared first on Odisha Reporter.



from Odisha Reporter https://ift.tt/3ilPC5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages