ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଏହି ସୂଚନା ଦେଇଛନ୍ତି।
ଗତକାଲି ତାରା ପ୍ରସାଦ ବାହିନୀପତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କୋଭିଡ୍ର ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରାଇଥିଲେ। ରିପୋର୍ଟ ପିଜିଟିଭ୍ ଆସିବା ପରେ ସେ କିଛି ଦିନ ବ୍ୟବଧାନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ବିକ୍ରମ କେଶରୀ ବର୍ମାଙ୍କର ପରଲୋକ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସ୍ୱର୍ଗତ ବିକ୍ରମ କେଶରୀ ବର୍ମା ମାହାଙ୍ଗାରୁ ବିଜୁ ଜନତା ଦଳ ଟିକେଟ୍ରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
The post ତାରା ବାହିନୀପତି ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3v0sR9L
No comments:
Post a Comment