ହସ୍ପିଟାଲରେ ଭାଷା ବିବାଦ, କାର୍ଯ୍ୟାନୁଷ୍ଠାନ ଚୋତବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ହସ୍ପିଟାଲରେ ଭାଷା ବିବାଦ, କାର୍ଯ୍ୟାନୁଷ୍ଠାନ ଚୋତବନୀ

ନୂଆଦିଲ୍ଲୀ: ଭାଷାକୁ ନେଇ ରାଜଧାନରୀ ଦିଲ୍ଲୀର ଏକ ହସ୍ପିଟାଲରେ ଉପୁଜିଛି ବିବାଦ । ଦିଲ୍ଲୀର ଜି.ବି ପନ୍ତ ହସ୍ପିଟାଲରେ ସମସ୍ତ ନର୍ସିଂ କର୍ମଚାରୀ କେବଳ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କଥା ହେବା ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ଅବମାନନା ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ହୋଇଛି । ଜି.ବି ପନ୍ତ ହସ୍ପିଟାଲ ତରଫରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଛି । ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ନର୍ସମାନେ । ସେମାନେ ଏନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସେପଟେ ହସ୍ପିଟାଲ ପ୍ରଶାସନର ଏଭଳି ଭାଷା ବିବାଦ କଥା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଖୁବ୍‌ଶୀଘ୍ର ଏହି ନିର୍ଦ୍ଦେଶ ଫେରାଇ ନେବାକୁ ହସ୍ପିଟାଲକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ୨୪ ଘଣ୍ଟା ଭିତରେ ନିଜ ଆଦେଶକୁ ଫେରାଇ ନେଇଛି ଜିବି ପନ୍ତ ହସ୍ପିିଟାଲ।

ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ଆଦେଶ ଜାରି କରିବା ଅଭିଯୋଗରେ ହସ୍ପିଟାଲ ପ୍ରଶାସନକୁ ଏକ ନୋଟିସ ଜାରି କରାଯାଇଛି । ଭାଷାକୁ ନେଇ ଏଭଳି ନିର୍ଦ୍ଦେଶ କେମିତି ଜାରି କରାଗଲା ବୋଲି ହସ୍ପିଟାଲକୁ ପ୍ରଶ୍ନ କରାଯାଇଛି ।

ସୂଚନା ମୁତାବକ ଦିନକ ପୂର୍ବରୁ ହସ୍ପିଟାଲ ପ୍ରଶାସନର ଅନେକ ନର୍ସିଂ ଷ୍ଟାଫ ନିଜ ସ୍ଥାନୀୟ ଭାଷା ମାଲୟାଲମରେ କଥା ହେବାକୁ ନେଇ ଏକ ସର୍କୁଲାର ଜାରି କରିଥିଲା । କେବଳ ହିନ୍ଦୀ କିମ୍ବା ଇଂରାଜୀରେ କଥା ହେବା ପାଇଁ ନର୍ସମାନଙ୍କୁ କୁହାଯାଇଥିଲା । ଏହି ଦୁଇ ଭାଷାକୁ ଛାଡି ଅନ୍ୟ କେୁଁ ଭାଷାରେ କଥା ହେବାକୁ ନେଇ କଡା ଚେତାବନୀ ମଧ୍ୟ ଦେଇଥିଲା ହସ୍ପିଟାଲ ।

ନର୍ସିଂ ଷ୍ଟାଫମାନେ ପରସ୍ପର ସହ କଥା ହେବା ପାଇଁ ମାଲୟାଲମ ଭାଷା ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏଭଳି କଥା ହେବା ଦ୍ୱାରା ରୋଗୀମାନେ ତାଙ୍କ କଥା ବୁଝିବାରେ ସମସ୍ୟା ହେଉଛି । ଏହି ଅଭିଯୋଗକୁ ଆଧାର କରି ହସ୍ପିଟାଲ ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା ।

The post ହସ୍ପିଟାଲରେ ଭାଷା ବିବାଦ, କାର୍ଯ୍ୟାନୁଷ୍ଠାନ ଚୋତବନୀ appeared first on Odisha Reporter.



from Odisha Reporter https://ift.tt/3gsMKRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages