ମାଗି ନିର୍ମାତା ନେସଲର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର: ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ମାଗି ନିର୍ମାତା ନେସଲର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର: ରିପୋର୍ଟ

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କମ୍ପାନୀ ସ୍ୱୀକାର କରିଛି।

ନେସଲେ କମ୍ପାନୀ ଭାରତରେ କିଟକାଟ୍ ଚକୋଲେଟ, ଆଇସ କ୍ରିମ୍, ଦୁଗ୍ଧ ଜାତ ସାମଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। ବିଶ୍ୱରେ ନେସଲେ ଏକ ବଡ଼ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ। କମ୍ପାନୀର ଭାମମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ଭାବମୂର୍ତ୍ତି ସଜାଡିବାକୁ ପ୍ରୟାସ କରିଛି ଏହି କମ୍ପାନୀ। ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା।

ନେସଲେ କହିଛି ଏବେ ତାର ସାମଗ୍ରୀରେ କେତେ ପୁଷ୍ଟିକର ମୂଲ୍ୟ ରହିଛି ତାର ପରୀକ୍ଷା କରୁଛି। ସମଗ୍ର ରଣନୀତି ବଦଳାଇବାକୁ ପ୍ରସ୍ତୁତି ଚାଲିଛି। ଉତ୍ପାଦଗୁଡିକ ଯଥାସମ୍ଭବ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପ୍ରତି ହିତକାରକ କରିବାକୁ ପ୍ରୟାସ ଚାଲିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ନେସଲେର ୩୭ ପ୍ରତିଶତ ଖାଦ୍ୟ ଏବଂ ପାନୀୟଜଳର ରେଟିଂ ୩.୫ ରହିଛି। ଏହା ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଜାରି କରାଯାଇଛି। ଏହି ସିଷ୍ଟମ୍ ଅଧୀନରେ ଉତ୍ପାଦର ମୂଲ୍ୟାୟନ ମୋଟ ୫ ଷ୍ଟାର ଯାଏ ଦିଆଯାଏ। ଏହି ରେଟିଂକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାର ନଜିର ରହିଛି।

କମ୍ପାନୀ କହିଛି ଯେ କେତେକ ଉତ୍ପାଦ ଏପରି ଯେ ଚାହା ଯେତେ ଚେଷ୍ଟା କଲେ ବି ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇପାରିବ ନାହିଁ। ତଥାପି କମ୍ପାନୀ ସମସ୍ତ ଉତ୍ପାଦର ପୋର୍ଟଫୋଲିଓ ଉପରେ ଦୃଷ୍ଟି ରଖିଛି। ଲୋକମାନେ କିଭଳି ସୁରକ୍ଷିତ ଓ ସନ୍ତୁଳିତ ଖାଦ୍ୟ ପାଇପାରିବେ ତାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ନେସଲେର ମୁଖପାତ୍ର କହିଛନ୍ତି।

କମ୍ପାନୀ କହିଛି ପୂର୍ବରୁ କୌଣସି ଉତ୍ପାଦ ଉପରେ ଅଭିଯୋଗ ଆସିଲେ କମ୍ପାନୀ ତାର ପୋର୍ଟଫୋଲିଓ ବଦଳ କରେ। ଉଦାହରଣ ସ୍ୱରୂପ ଭାବରେ କମ୍ପାନୀ କହିଛି ଆମେ ଆମର ଉତ୍ପାଦରେ ଚିନି ଏବଂ ସୋଡିୟମ୍ ପରିମାଣକୁ କମାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି କାମ ମୁଖ୍ୟତଃ କରାଯାଇଛି। ଗତ ୭ ବର୍ଷ ମଧ୍ୟରେ ଚିନି ଏବଂ ସୋଡିୟମର ପରିମାଣ ୧୪-୧୫ ପ୍ରତିଶତ ହ୍ରାସ କରିଛି ନେସଲେ।

କମ୍ପାନୀ କହିଛି ଏହାର ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ  ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ। କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି।

ସେହିପରି ୬୦ ପ୍ରତିଶତ ଦୁଗ୍ଧଜାତ ଦ୍ରବ୍ୟ ଏବଂ ୮୨% ଜଳ ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ୩.୫ର ଗୁଣାତ୍ମକ ପୂରଣ କରୁଛି। ଏହି ରିପୋର୍ଟକୁ ଦୃଷ୍ଟିରେ ରଖି କମ୍ପାନୀ କହିଛି ଯେ ଏହାର ସମ୍ପୂର୍ଣ୍ଣ ଉତ୍ପାଦ ପୋର୍ଟଫୋଲିଓରେ ବିଶେଷ କରି ଖାଦ୍ୟ ଏବଂ ପାନୀୟ ବିଭାଗରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି। ଏହି ଉତ୍ପାଦଗୁଡ଼ିକର ପୁଷ୍ଟିକର ପ୍ରୋଫାଇଲ୍ କରାଯିବ ଏବଂ ଏହା ଉନ୍ନତ ହେବ। କମ୍ପାନୀ କହିଛି ଯେ ଲୋକମାନଙ୍କୁ ସ୍ୱାଦିଷ୍ଟ ଏବଂ ସୁସ୍ଥ ଆହାର ଯୋଗାଇବା ପାଇଁ ପ୍ରୟାସ ପୂର୍ବରୁ ଯେମିତି ଚାଲିଥିଲା ସେମିତି ଜାରି ରହିବ। ଆଗାମୀ ଦିନରେ କିଭଳି ତ୍ରୁଟି ପରିଲିକ୍ଷିତ ହୋଇଥିବା ଖାଦ୍ୟ ସାମଗ୍ରୀକୁ ସ୍ୱାସ୍ଥ୍ୟକର କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ।

The post ମାଗି ନିର୍ମାତା ନେସଲର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର: ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/34D711k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages