ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଅନେକ ସ୍ଥାନରେ ଟିକାର ଅଭାବ ଥିବାରୁ ୧୮ରୁ ୪୪ ବର୍ଗର ବ୍ୟକ୍ତି ଟିକାକରଣରେ ସାମିଲ୍ ହୋଇପାରୁ ନାହାନ୍ତି। ଯଦି ଟିକା ନାହିଁ ତାହେଲେ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସରକାର କାହିଁକି ଘୋଷଣା କରିଥିଲେ ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ କେନ୍ଦ୍ର ଟିକାକରଣ ନୀତି ସନ୍ତୋଷଜନକ ନୁହେଁ ବୋଲି କୋର୍ଟ କହିଛନ୍ତି। ଦେଶର ଭବିଷ୍ୟତ ଯୁବ ବର୍ଗ ସେମାନଙ୍କୁ ବଞ୍ଚାଇବା ନିହାତି ଆବଶ୍ୟକ ବୋଲି କୋର୍ଟ କେନ୍ଦ୍ରକୁ କହିଛନ୍ତି।
ହାଇକୋର୍ଟ କହିଛନ୍ତି ୮୦ରୁ ଅଧିକ ବର୍ଷର ଲୋକ ନିଜ ଜୀବନ ଅତିବାହିତ କରିସାରିଲେଣି। ତାଙ୍କର ଜୀବନ ଅପେକ୍ଷା ଯୁବ ବର୍ଗଙ୍କ ଜୀବନକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ତାଉପରେ ଗୁରୁତ୍ୱ ଦିଆଯିବା ଦରକାର। ଯୁବ ବର୍ଗ ଦେଶର ଭବିଷ୍ୟତ। ସରକାର କିନ୍ତୁ ପ୍ରଥମେ ୪୫ରୁ ଅଧିକ ଲୋକଙ୍କ ପାଇଁ ଟିକାକରଣ ଘୋଷଣା କରିଛନ୍ତି। ଔଷଧ ଦେବାବେଳେ ମନେ ରଖିବା ଉଚିତ ଯେ ଯେଉଁମାନଙ୍କର ବଞ୍ଚିବାର ସୁଯୋଗ ଅଧିକ। ତେଣୁ ଯୁବ ବର୍ଗର ଲୋକଙ୍କୁ ବୃଦ୍ଧଙ୍କ ତୁଳନାରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।
ଜଷ୍ଟିସ୍ ବିପୀନ୍ ସାଙ୍ଘୀ ଏବଂ ଜଷ୍ଟିସ୍ ଜସମିତ୍ ସିଂହଙ୍କ ଖଣ୍ଡପୀଠ କହିଛନ୍ତି ବୃଦ୍ଧ ରୋଗୀଙ୍କ ପାଇଁ ବେଡ୍ ନାହିଁ। ତାଙ୍କର ବୟସ ୮୦ ବର୍ଷ ହେଲାଣି। ସେ ତାଙ୍କ ଜୀବନ ବଞ୍ଚିସାରିଲେଣି କିନ୍ତୁ ସଙ୍କଟ ସମୟରେ ଆମେ ସମସ୍ତଙ୍କୁ ବଞ୍ଚାଇବା ଉଚିତ। ଯଦି ସମ୍ବଳ ନାହିଁ ତାହେଲେ ଯୁବ ବର୍ଗଙ୍କ ବାବଦରେ ଅଧିକ ଚିନ୍ତା କରିବା ଦରକାର। ଯଦି ଆମେ ନିଜକୁ ସାହାଯ୍ୟ ନକରି ପାରିବା ତାହେଲେ ଭଗବାନ ମଧ୍ୟ ଆମକୁ ସାହାଯ୍ୟ କରି ପାରିବେ ନାହିଁ।
କୋର୍ଟ କହିଛନ୍ତି, କେନ୍ଦ୍ର ସରକାର ପ୍ରଥମେ ୪୫ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କଲେ। ଏହାପରେ ୧୮ ବର୍ଷର ଯୁବବର୍ଗଙ୍କୁ ଏହି ଟିକାକରଣରେ ସାମିଲ୍ କରିଛନ୍ତି। ହେଲେ ସେମାନେ ଏବେ ଟିକା ନନେଇ ପାରି ଖାଲି ହାତରେ ଫେରୁଛନ୍ତି। ନହେଲେ ଟିକା ନଥିବାରୁ ଟିକା କେନ୍ଦ୍ର ବନ୍ଦ ରହୁଛି। ଯଦି ନାହିଁ ତାହେଲେ କେନ୍ଦ୍ର କାହିଁକି ଟିକାକରଣରେ ଯୁବ ବର୍ଗଙ୍କୁ ସାମିଲ୍ କରିବାକୁ ଘୋଷଣା କଲା? ଏହା ଠିକ୍ ନିଷ୍ପତ୍ତି ନୁହେଁ। ଆମେ ଆମ ଦେଶର ଯୁବକମାନଙ୍କୁ ଅବହେଳା କରୁଛୁ ଏବଂ ବୃଦ୍ଧ ଲୋକଙ୍କୁ ଅଗ୍ରାଧିକାର ଦେଉଛୁ।
The post ‘ଯଦି ଟିକା ନାହିଁ ସରକାର ଯୁବବର୍ଗଙ୍କୁ କାହିଁକି ଟିକାକରଣରେ ସାମିଲ୍ କଲେ?’ appeared first on Odisha Reporter.
from Odisha Reporter https://ift.tt/3fFFxOY
No comments:
Post a Comment