ଡାକ୍ତରଙ୍କୁ ବିଧା, ଗୋଇଠା ମାରି ୨୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଡାକ୍ତରଙ୍କୁ ବିଧା, ଗୋଇଠା ମାରି ୨୪ ଗିରଫ

ଗୌହାଟି: କରୋନା ବେଳେ ଡାକ୍ତରଙ୍କ ଭରସାରେ ଦେଶ ଏବେ ଆଗକୁ ଯାଉଛି। ହେଲେ ଏହାରି ଭିତରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଆସାମର ହୋଜାଇ ଜିଲ୍ଲାରେ କରୋନା ମୃତକଙ୍କ ପରିବାର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। କେବଳ ଏତି କି ନୁହେଁ ହସ୍ପିଟାଲର ଆସବାପତ୍ର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ଯଥାଶୀଘ୍ର ଚାର୍ଜଶିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସାମରେ ଡାକ୍ତରଙ୍କ ଉପରେ ଆକ୍ରମଣକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ ନିନ୍ଦା କରାଯାଇଛି। ଗୌହାଟୀ ମେଡିକାଲ କଲେଜ ପରିସରରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି।

ଚିକିତ୍ସାରେ ଅବହେଳା ଅଭିଯୋଗରେ ଡାକ୍ତରଖାନା ପରିସରରେ ମୃତକଙ୍କ ପରିବାର ଏପରି କରିଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ବିଧା, ଗୋଇଠା ମାରିବା ସହ ଇଟା ମାଡଥିଲେ।  ଏହି ବର୍ବର ଆକ୍ରମଣର ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏପରିକି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକ ମଧ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିଲେ। ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଏଯାଏ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘଟଣାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଛନ୍ତି। କୋଭିଡ୍ ଯୋଦ୍ଧାଙ୍କୁ ଏଭଳି ବର୍ବର ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି।

The post ଡାକ୍ତରଙ୍କୁ ବିଧା, ଗୋଇଠା ମାରି ୨୪ ଗିରଫ appeared first on Odisha Reporter.



from Odisha Reporter https://ift.tt/2RcjUwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages