ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ସବିତା ନାଗ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଲଖି ସଲମା।

ବିନୋପୁର ଗାଁର ଲକ୍ଷି ତାଙ୍କ ସଂପର୍କୀୟ ସବିତାଙ୍କୁ ବାଇକ୍‌ରେ ନେଇ ଯାଉଥିବା ବେଳେ ଏକ ଡମ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଡମ୍ପରଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଏହା ତଳେ ଉଭୟ ସବିତା ଓ ଲଖି ଚାପି ହୋଇଯାଇଥିଲେ। ଜେସିବି ଆସିବା ପରେ ଡମ୍ପର ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ସବିତାଙ୍କ ମୃତ୍ୟୁ ଘଟିଥିଲା। ସେ ଗର୍ଭବତୀ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଲଖିଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ବିନୋପୁର ଗ୍ରାମବାସୀ ଖଡ଼ିଆଳ-ବୋଡ଼େନ ରାସ୍ତା ଅବରୋଧ କରିଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ।

The post ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର appeared first on Odisha Reporter.



from Odisha Reporter https://ift.tt/3wP5HVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages