ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ବିଭୀଷିକା ରଚି ଚାଲିଛି ଅଦୃଶ୍ୟ ଭୂତାଣୁ। ଯଦିଓ ପ୍ରଭାବ କ୍ରମଶଃ ଦୁର୍ବଳ ହୋଇ କଣ୍ଟ୍ରୋଲ ବା ନିୟନ୍ତ୍ରଣାଧୀୱ ହେଉଛି ହେଲେ ମୃତ୍ୟୁ ସଂଖ୍ୟା ଏବେ ଅନ କଣ୍ଟ୍ରୋଲ ରହିଛି। ପୂର୍ବରୁ ୩ ଲକ୍ଷ ଉପରେ ଦୈନିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଯେତିକି ରହୁଥିଲା ଏବେ ଦୈନିକ ସଂକ୍ରମଣ ଲକ୍ଷେ ତଳେ ଥିଲେ ବି ମୃତ୍ୟୁ ସଂଖ୍ୟା ସମାନ ରହିଛି। ମୃତ୍ୟୁରେ ବ୍ରେକ ନଲାଗିବା ଏବେ ସାରା ଦେଶ ପାଇଁ ଚିନ୍ତାଜନକ। ବିଗତ ୨୪ ଘଣ୍ଟାରେ ୮୦ ହଜାର ୮୩୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ପାଖାପାଖି ୭୧ ଦିନ ପରେ ଅର୍ଥାତ୍ ଏପ୍ରିଲ ୨ ପରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଦେଶରେ ଏବେ ମୋଟ୍ ୧୦ ଲକ୍ଷ ୨୬ ହଜାର ୧୫୯ ଜଣ ଚିକିତ୍ସାଧୀନ ରହିଛନ୍ତି।
ସେହିପରି ଏହି ଅବଧି ମଧ୍ୟରେ ୩ ହଜାର ୩୦୩ ଜଣ କରୋନାରେ ଆଖି ବଜିଛନ୍ତି। ଏହାକୁ ମିଶାଇଲେ ଦେଶରେ ଏଯାବତ ୩ ଲକ୍ଷ ୭୦ ହଜାର ୩୮୪ ଜଣ ଲୋକ ପ୍ରାଣ ହରାଇଛନ୍ତି। କ୍ରମାଗତ ୩୧ ଦିନ ହେବ କରୋନାରୁ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ଅଧିକ ରହିଛି।
ଗୋଟିଏ ଦିନ ମଧ୍ୟରେ ୫୪ ହଜାର ୫୩୧ ଜଣ ଚିକିତ୍ସାଧୀନ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୨ ହଜାର ୬୨ଜଣ ଆରୋଗ୍ୟ ଲାଭ କରିଛନ୍ତି।
With 80,834 new #COVID19 cases, India reported its lowest daily case in the last 71 days. The daily positivity rate is at 4.25%, less than 10% for 20 consecutive days. The recovery rate increases to 95.26%, in last 24 hours 1,32,062 recoveries were recorded: Union Health Ministry
— ANI (@ANI) June 13, 2021
ଏବେ ଦେଶରେ ଆରୋଗ୍ୟ ହାର ୯୫.୨୬ ପ୍ରତିଶତରେ ପହଞ୍ଚିଛି। ଏଥି ସହିତ ସାପ୍ତାହିକ ସଂକ୍ରମଣ ହାର ମଧ୍ୟ ୫ ପ୍ରତିଶତକୁ ଖସିଛି। କ୍ରମାଗତ ୨୦ ଦିନ ହେବ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ କମ୍ ରହିଛି। ଗତ ୨୪ ଘଣ୍ଟାରେ ସଂକ୍ରମଣ ହାର ୪.୭୪ ପ୍ରତିଶତ ରହିଛି।
The post କରୋନା ସଂକ୍ରମଣ କଣ୍ଟ୍ରୋଲ, ମୃତ୍ୟୁ ସଂଖ୍ୟା ଅନ କଣ୍ଟ୍ରୋଲ appeared first on Odisha Reporter.
from Odisha Reporter https://ift.tt/3goNBEt
No comments:
Post a Comment