‘ପ୍ରଧାନମନ୍ତ୍ରୀ, ଏଥର ଦାଢ଼ି ନୁହେଁ ରୋଜଗାର ବଢ଼ାନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

‘ପ୍ରଧାନମନ୍ତ୍ରୀ, ଏଥର ଦାଢ଼ି ନୁହେଁ ରୋଜଗାର ବଢ଼ାନ୍ତୁ’

ବମ୍ବେ: ନିଜ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଏବେ ଶୁଣିବାକୁ ମିଳିଛି କଟାକ୍ଷ। ପୂର୍ବରୁ ବହୁ ବିପକ୍ଷ ନେତା ପ୍ରଧାମନ୍ତ୍ରୀଙ୍କୁ ତାଙ୍କ ଦାଢ଼ି ପାଇଁ କଟାକ୍ଷ କରିଥିବା ବେଳେ ଏଥର ଜଣେ ସାଧାରଣ ଲୋକ ଏଥିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବାରମତିର ଅନିଲ ମୋରେ ନାମକ ଚା ଦୋକାନୀ ଦାଢ଼ି କାଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୦୦ ଟଙ୍କା ମନିଅର୍ଡର କରିଛନ୍ତି। ଅନିଲ କହିଛନ୍ତି ଯେ, ଲକଡାଉନ ଯୋଗୁ ବହୁ ଲୋକଙ୍କ କାମ ଠପ୍ ହୋଇଯାଇଛି। ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ପ୍ରଧାନମନ୍ତ୍ରୀ କିଛି ବଢ଼ାଇବାକୁ ଚାଁହୁଥିଲେ ରୋଜଗାର ବଢ଼ାନ୍ତୁ। ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର ବଢ଼ାନ୍ତୁ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଧ୍ୟାନ ଦିଅନ୍ତୁ।

ଏହାବ୍ୟତୀତ ସେ କହିଛନ୍ତି, ମୁଁ ନିଜ ରୋଜଗାରରୁ ୧୦୦ଟଙ୍କା ମୋଦିଙ୍କ ନିକଟକୁ ପଠାଇଛି, ଯେଉଁଥିରେ ମୋଦି ନିଜ ଦାଢ଼ି କାଟି ପାରିବେ। ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନେତା। ତାଙ୍କୁ ଆକ୍ଷେପ କରି କହିବା, ଅସୁବିଧାରେ ପକାଇବା ଆମ ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଲକଡାଉନ ଯୋଗୁ ଦେଶରେ ଲକ୍ଷ ଲକ୍ଷ ଲୋକ ହଇରାଣ ହେଉଛନ୍ତି, ଖାଇବାକୁ ପାଉନାହାନ୍ତି। ମନି ଅର୍ଡର ସହ ପଠାଇଥିବା ଚିଠିରେ ଅନିଲ ନିଜ ମନର ବ୍ୟଥା ବଖାଣିଛନ୍ତି l

କରୋନାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଲକଡାଉନ ଯୋଗୁ ପ୍ରତି ପରିବାରକୁ ୩୦ ହାଜର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନିଲ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଚା ଦୋକାନ କରି ପରିବାର ଚଳାଉଥିବା ବେଳେ ଲକଡାଉନ ଯୋଗୁ ଗତ ଦେଢ଼ ବର୍ଷ ହେବ ତାଙ୍କ ଦୋକାନ ବନ୍ଦ ଅଛି। କାମ ନଥିବାରୁ ଏବେ ଦୁଇ ମୁଠା ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡୁଥିବାରୁ ନିଜ ସମସ୍ୟା ସମ୍ପର୍କରେ ସେ ରେଜିଷ୍ଟ୍ରି ଚିଠି ପଠାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ କରୋନା ମହାମାରୀ ଯୋଗୁ ଦୀର୍ଘଦିନ ହେବ ଲକଡାଉନ ଚାଲୁଥିବାରୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଗଲାଣି l ବହୁ ଲୋକଙ୍କ ପାଇଁ କର୍ମ ସଂସ୍ଥାନ ନଥିବା ବେଳେ ବହୁ ଲୋକ ଦୁଇ ମୁଠା ଖାଇବା ଯୋଗାଡ଼ କରି ପାରୁ ନାହାନ୍ତି।

The post ‘ପ୍ରଧାନମନ୍ତ୍ରୀ, ଏଥର ଦାଢ଼ି ନୁହେଁ ରୋଜଗାର ବଢ଼ାନ୍ତୁ’ appeared first on Odisha Reporter.



from Odisha Reporter https://ift.tt/2ToZT6H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages