ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁଆଡ଼େ ଚର୍ଚ୍ଚା। ଅକ୍ଟୋବର ବେଳକୁ ଦେଶରେ କରୋନାର ତୃତୀୟ ଲହର ତାଣ୍ଡବ ରଚିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ତେବେ ଲୋକମାନେ ଯଦି କରୋନା ପାଇଁ ଜାରି କଟକଣା ନ ମାନିବେ, ତା’ହେଲେ ଅକ୍ଟୋବର ପୂର୍ବରୁ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାରୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଲୋକମାନେ ମାସ୍କ ନ ପିନ୍ଧି ବୁଲାବୁଲି କରୁଛନ୍ତି। ଏହାକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।
କୋର୍ଟ କହିଛନ୍ତି, ଏପରି କରୋନା ସଂକ୍ରମଣ ପାଇଁ ଜାରି କଟକଣାକୁ ଉଲଙ୍ଘନ କରିବା ଦ୍ୱାରା ତୃତୀୟ ଲହର ଆସିବାର ଆଶଙ୍କା ରହିଛି। କଟକଣା ନ ମାନିଲେ ତୃତୀୟ ଲହର ଶୀଘ୍ର ଆସିବ। ତେଣୁ କଟକଣା ଉଲଙ୍ଘନ କରିବାକୁ କେବେ ହେଲେ ବରଦାସ୍ତ କରାଯାଇ ପାରିବ ନାହିଁ।
ଏଥିସହ କୋର୍ଟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମଧ୍ୟ ମାଗିଛନ୍ତି। କରୋନାର ତୃତୀୟ ଲହରକୁ ରୋକିବା ପାଇଁ ସମସ୍ତଙ୍କୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ସେହିପରି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସମସ୍ତେ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କହିଛନ୍ତି।
ଏପ୍ରିଲ ଶେଷ ଓ ମେ’ ମାସରେ କରୋନାର ଦ୍ୱିତୀୟ ଲହର ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଏବେ ଦୈନିକ ସଂକ୍ରମଣ ୨୦୦ ତଳକୁ ଚାଲି ଆସିଛି। ପଜିଟିଭିଟି ରେଟ୍ ମଧ୍ୟ ୦.୨% ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଅନଲକ ଆରମ୍ଭ ହେବା କ୍ଷଣି ବଜାର ଓ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
The post କରୋନା କଟକଣା ନ ମାନିଲେ ଶୀଘ୍ର ଆସିବ ତୃତୀୟ ଲହର: କୋର୍ଟ appeared first on Odisha Reporter.
from Odisha Reporter https://ift.tt/3zCHpjB
No comments:
Post a Comment