ଆଗ୍ରା: ମହାମାରୀ କରୋନା ସମୟରେ ଅକ୍ସିଜେନ ଯୋଗାଣର ମକଡ୍ରିଲ କରିବା ବେଳେ ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଗୋଟିଏ ହସ୍ପିଟାଲରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। ଏପ୍ରିଲ ୨୭ରେ ହସ୍ପିଟାଲ ମାଲିକ ୫ ମିନିଟ୍ ପାଇଁ ଅକ୍ସିଜେନ ସପ୍ଲାଏ ବନ୍ଦ କରି ମକଡ୍ରିଲ କେମିତି ହୋଇଥିଲା, ସେକଥା କହିବା ବେଳର ଅଡିଓ ଭାଇରାଲ ହୋଇଥିଲା।
ଏହାକୁ ନେଇ ବିବାଦ ହେବାରୁ ଘଟଣାର ତଦନ୍ତ କରାଯାଇଥିଲା। ହେଲେ ୧୬ ଜଣଙ୍କ ମୃତ୍ୟୁ ସହ ମକଡ୍ରିଲର କୌଣସି ସମ୍ପର୍କ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି। ଏଥିସହ ହସ୍ପିଟାଲକୁ ତଦନ୍ତକାରୀ ଅଧିକାରୀମାନେ କ୍ଲିନଚିଟ୍ ଦେଇଛନ୍ତି।
ମାଲିକଙ୍କ ଅଡିଓ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ସରକାର ଆଗ୍ରାରେ ଥିବା ଶ୍ରୀ ପାରସ ହସ୍ପିଟାଲ ବିରୋଧରେ ତଦନ୍ତ କରିବାକୁ କହିଥିଲେ। ଗୋଟିଏ କମିଟି ତଦନ୍ତ କରି କହିଛି ଯେ ମକଡ୍ରିଲ ସହ ହସ୍ପିଟାଲରେ ଘଟିଥିବା ୧୬ ଜଣଙ୍କ ମୃତ୍ୟୁ କୌଣସି ସମ୍ପର୍କ ନାହିଁ।
ରୋଗୀମାନେ ମକଡ୍ରିଲ ପୂର୍ବରୁ ଗୁରୁତର ଥିଲେ ଓ ସେମାନଙ୍କର ବହୁବିଧ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ସେମାନେ ପ୍ରାଣ ହରାଇଛନ୍ତି। କମିଟି ତା’ର ତଦନ୍ତ ରିପୋର୍ଟରେ କହିଛି ୧୬ ଜଣଙ୍କ ମଧ୍ୟରୁ ୧୪ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଥିଲେ। ବାକି ୨ ଜଣଙ୍କ ଛାତିରେ ପ୍ରବଳ ସଂକ୍ରମଣ ହୋଇଥିଲା। ସମସ୍ତଙ୍କୁ କୋଭିଡ ପ୍ରୋଟକଲ ଅନୁସାରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା।
କୌଣସି ବି ରୋଗୀଙ୍କୁ ଅକ୍ସିଜେନ ସପ୍ଲାଏ ବନ୍ଦ କରାଯାଇ ନଥିଲା। ସେମାନେ ଆକ୍ରାନ୍ତ ଥିବା ରୋଗ କାରଣରୁ ପ୍ରାଣ ହରାଇଥିଲେ। ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଏପ୍ରିଲ ୨୫ରେ ହସ୍ପିଟାଲ ୧୪୯ଟି ଅମ୍ଳଜାନ ସିଲିଣ୍ଡର ଦେଇଥିଲା, ଯେଉଁଥିରୁ ୨୦ଟି ରିଜର୍ଭରେ ହୋଇ ରହିଥିଲା। ସେହିପରି ଏପ୍ରିଲ ୨୬ରେ ୧୨୧ଟି ସିଲିଣ୍ଡର ମଧ୍ୟରୁ ୧୫ଟି ରିଜର୍ଭରେ ରଖାଯାଇଥିଲା।
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ହୋଇ ରହିଥିଲା। ଅମ୍ଳଜାନ ଯୋଗାଣ ବନ୍ଦ କରି ମକଡ୍ରିଲ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ ବୋଲି କମିଟି କହିଛି।
The post ଅକ୍ସିଜେନ ମକଡ୍ରିଲ ବେଳେ ୧୬ ଜଣଙ୍କ ମୃତ୍ୟୁ ମାମଲା: ହସ୍ପିଟାଲକୁ କ୍ଲିନଚିଟ୍ appeared first on Odisha Reporter.
from Odisha Reporter https://ift.tt/2TO87VP
No comments:
Post a Comment