ଏଲଜେପିରେ ଘନେଇଲା ଦାଦା-ପୁତୁରା କଳି, ପଶୁପତି ସଂସଦୀୟ ଦଳର ନେତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ଏଲଜେପିରେ ଘନେଇଲା ଦାଦା-ପୁତୁରା କଳି, ପଶୁପତି ସଂସଦୀୟ ଦଳର ନେତା !

ପାଟଣା: ବିହାର ରାଜନୀତିରେ ବଡ଼ ଅଦଳ ବଦଳ। ଲୋକ ଜନଶକ୍ତି ପାର୍ଟିର (LJP) ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି। ଯାହାକି ଦଳର ସଂସଦୀୟ ଦଳର ନେତା ତଥା ସଭାପତି ଚିରାଗ ପାଶୱାନଙ୍କୁ ବଡ ଝଟକା। ଦଳର ପ୍ରତିଷ୍ଠାତା ରାମବିଳାଶ ପାଶଓ୍ୱାନଙ୍କ ଦେହାନ୍ତ ହେବା ଏବଂ ପରେ ପରେ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସୂଚାଉଛି ଯେ ଏଲଜେପିରେ କନ୍ଦଳ ଭରପୁର ରହିଛି।

ଲୋକସଭାରେ ଏଲଜେପିର ୬ ଜଣ ସାଂସଦ ଅଛନ୍ତି। ଏହି ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଚିରାଗ ପାଶୱାନଙ୍କୁ ଲୋକସଭାରୁ ସଂସଦୀୟ ଦଳର ନେତା ଭାବରେ ହଟାଇବାକୁ ଦାବି କରିଛନ୍ତି। ଅଧିକାଂଶ ସାଂସଦ ଚାହୁଁଛନ୍ତି ଯେ ହାଜିପୁର ସାଂସଦ ପଶୁପତି କୁମାର ପରାସ ଚିରାଗ ପାଶୱାନଙ୍କ ବଦଳରେ ଲୋକସଭାରେ ସେମାନଙ୍କର ନେତା ହୁଅନ୍ତୁ। ସମସ୍ତ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଭେଟି ଏ ବାବଦରେ ଏକ ଚିଠି ପ୍ରଦାନ କରିଛନ୍ତି।

ସୂଚନାନୁସାରେ, ଏଲଜେପି ସାଂସଦ ରବିବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଲୋକସଭାରେ ଦଳର ନୂଆ ନେତା ଭାବରେ ପଶୁପତି କୁମାର ପରାସଙ୍କୁ ନିଯୁକ୍ତ କରିବାକୁ ସାଂସଦମାନେ ଅନୁରୋଧ କରିଛନ୍ତି।

ରାମ ବିଳାଶ ପାଶୱାନଙ୍କ ମୃତ୍ୟୁ ପରେ ଚିରାଗ ପାଶୱାନ ଯେଉଁଭଳି ନେତୃତ୍ୱ ନେଉଛନ୍ତି ଏହାକୁ ନେଇ ସାଂସଦମାନେ ଖୁସି ନାହାନ୍ତି। ଅନ୍ୟପଟେ ଦଳର ସଭାପତି ପଦରୁ ମଧ୍ୟ ଚିରାଗଙ୍କୁ ହଟାଇବାକୁ ଦଳୀୟ ନେତା ମାନେ ଦାବି କରିଛନ୍ତି। ସେମାନେ ଚିରାଗଙ୍ଗ ଦାଦା ତଥା ପାଶଓ୍ୱାନଙ୍କ ଭାଇ ପଶୁପତିକୁ ସଭାପତି କରିବାକୁ ଦାବି କରୁଛନ୍ତି। ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଚିରାଗଙ୍କ ଭାଇ ପ୍ରିନ୍ସ ରାଜ, ଚନ୍ଦନ ସିଂହ, ମହବୁବ ଅଲୀ କେଶାର ଏବଂ ବୀଣା ଦେବୀ ରହିଛନ୍ତି।

ଏଲଜେପିରେ ବିଦ୍ରୋହର ସ୍କ୍ରିପ୍ଟ ରାମବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଲେଖା ହୋଇଥିଲା। ବିଧାନସଭା ନିର୍ବାଚନ ବେଳେ ମଧ୍ୟ ପଶୁପତୀଙ୍କ ନେତୃତ୍ୱରେ ବିଦ୍ରୋହ ହେବା ବୋଲି ଖବର ଆସିଥିଲା। ​​କିନ୍ତୁ ଯେତେବେଳେ ଏହାକୁ ନେଇ ରାଜନୀତି ତେଜିଲା ସେତେବେଳେ ପଶୁପତି ଅଭିଯୋଗକୁ ଖଣ୍ଡନ କରିଥିଲେ। ଯାହା ଏବେ ଘଟିଛି।

The post ଏଲଜେପିରେ ଘନେଇଲା ଦାଦା-ପୁତୁରା କଳି, ପଶୁପତି ସଂସଦୀୟ ଦଳର ନେତା ! appeared first on Odisha Reporter.



from Odisha Reporter https://ift.tt/2TteI7Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages