ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଡରାଉଥିବା ମହାମାରୀ ଏବେ ତଳମୁଁହା l ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ଚି଼ହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ତଳେ ରହିଛି l ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ଚି଼ହ୍ନଟ ୪,୩୩୯ କରୋନା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୭୫ ଓ ଲୋକାଲ କେସ୍ ୧୮୬୪ ବୋଲି ଜଣାପଡ଼ିଛିl ନୂଆ ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୮୫୬୧୨୧ ଜଣ ମୋଟ୍ ସଂକ୍ରମିତ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ କଟକରୁ ୪୮୦ ଚି଼ହ୍ନଟ ହୋଇଛନ୍ତିl ଏହାବାଦ ଅନୁଗୁଳରୁ ୨୨୬ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକରୁ ୨୦୯, ବଲାଙ୍ଗିରରୁ ୫୩, ବୌଦ୍ଧରୁ ୫୪ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l
ଦେବଗଡ଼ରୁ ୨୬, ଢେଙ୍କାନାଳରୁ ୧୪୪, ଗଜପତିରୁ ୩୬, ଗଂଜାମରୁ ୨୯, ଜଗତସିଂହପୁରରୁ ୧୪୩, ଯାଜପୁରରୁ ୨୦୭, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୬୨, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୮୧, କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୭୦୦, କୋରାପୁଟରୁ ୬୫, ମାଲକାନଗିରିରୁ ୫୦, ମୟୂରଭଂଜରୁ ୧୫୮, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୪, ପୁରୀରୁ ୨୫୫, ରାୟଗଡ଼ାରୁ ୬୪, ସମ୍ବଲପୁରରୁ ୫୪ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l
ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୭୩୩ ଜଣ କରୋନାରୁ ଆରୋଗ୍ୟ ହୋଇଥିବା ବେଳେ ଏଯାବତ ଏହି ମହାମାରୀରେ ୭୯୬୭୯୯ ଜଣ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଏବେ ୫୫୯୨୩ ଜଣ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଗତକାଲି ୪୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ଜଣ ଆଖି ବୁଜିଥିଲେl
New recoveries: 7733
Cumulative tested: 12720932
Positive: 856121
Recovered: 796799
Active cases: 55923— I & PR Department, Odisha (@IPR_Odisha) June 14, 2021
The post ରାଜ୍ୟରେ ଆଜିବି ତଳମୁଁହା ମହାମାରୀ, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/35iKhEo
No comments:
Post a Comment