ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଡ଼ ବୟାନ ଦେଇଛନ୍ତି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ। ଆସନ୍ତା ୨ କିମ୍ବା ୪ ନୁହେଁ, ବରଂ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ୱେଭ ଭାରତରେ କାୟା ବିସ୍ତାର କରିବ। ତୃତୀୟ ଲହର ଦେଶକୁ ଆସିବା ନିଶ୍ଚିତ ବୋଲି ସେ କହିଛନ୍ତି।
ଡା ଗୁଲେରିଆ କହିଛନ୍ତି, ମହାମାରୀ କରୋନାର ତୃତୀୟ ୱେଭ ଆସିବା ଏକ ପ୍ରକାରର ନିଶ୍ଚିତ। କିନ୍ତୁ ଏହା ଲୋକମାନଙ୍କ ଆଚରଣ ଓ ବ୍ୟବହାର ଉପରେ ଏହାର ପରିଣାମ ନିର୍ଭର କରିବ। ପ୍ରଥମ ଓ ଦ୍ୱତୀୟ ଲହରରୁ ଆମେ ଅନେକ କିଛି ଶିକ୍ଷା ଲାଭ କରିଛୁ। ତଥାପି ଲୋକମାନେ ଅନଲକ ପରେ ଏହାକୁ ବୁଝିବାକୁ ନାରାଜ।
ଲୋକମାନେ ଏକାଠି ହେବା ସହ ବଜାର ଓ ଦୋକାନରେ କଟକଣାକୁ ଉଲ୍ଲଙ୍ଘନ କରି ଭିଡ଼ କରୁଛନ୍ତି। ତଥାପି ଭାଇରସକୁ ପୁଣି ଶକ୍ତି ସଂଗ୍ରହ କରି ଜାତୀୟ ସ୍ତରରେ ସଂକ୍ରମଣ ବୃଦ୍ଧି କରିବାକୁ କିଛି ସମୟ ଲାଗିବ। ମୋ ମତରେ ୬ରୁ ୮ ସପ୍ତାହ କିମ୍ବା ତା’ର ସାମାନ୍ୟ ବିଳମ୍ବରେ କରୋନାର ତୃତୀୟ ଲହର ଦେଶରେ ସଂକ୍ରମଣ ବୃଦ୍ଧି କରିପାରେ।
ସବୁ କିଛି ଆମେ କେମିତି କଟକଣା ପାଳନ କରି ଆଗକୁ ବଢ଼ୁଛେ, ତା’ ଉପରେ ନିର୍ଭର କରିବ। ଲୋକମାନେ କଟକଣା କେତେ ମାନୁଛନ୍ତି ଓ ଭିଡ଼ କେତେ କମୁଛି, ତା’କୁ ଦେଖିବାର ଅଛି। ଏଥିସହ ସେ ଟିକାକରଣ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି।
The post ଏମ୍ସ ମୁଖ୍ୟଙ୍କ ବଡ଼ ବୟାନ: ୬ରୁ ୮ ସପ୍ତାହ ମଧ୍ୟରେ ଆସିବ କରୋନାର ତୃତୀୟ ଲହର appeared first on Odisha Reporter.
from Odisha Reporter https://ift.tt/3xswhnm
No comments:
Post a Comment