୬୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ, ପୁଣି ୧୬୪୭ ଜଣଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

୬୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ, ପୁଣି ୧୬୪୭ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଆହୁରି ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ଆଉ ୨ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛି। ଏବେ ଦେଶର ଦୈନିକ ସଂକ୍ରମଣ ୬୦ ହଜାରକୁ ଖସି ଆସିଛି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ସାମାନ୍ୟ ବଢ଼ିଛି।

୨୪ ଘଣ୍ଟାରେ ଆଉ ୧୬୪୭ ଜଣଙ୍କ ଜୀବନ ନେଇଛି ଏହି କିଲର କରୋନା। ତେବେ କ୍ରମାଗତ ଭାବେ ଆକ୍ଟିଭ କେସ୍‌ ହ୍ରାସ ପାଇବ ଓ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ଆରୋଗ୍ୟ ଲାଭ କରିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦, ୭୫୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହା ୬୨, ୪୮୦ ଥିଲା। ଗୋଟିଏ ଦିନ ପୂର୍ବରୁ ୬୭,୨୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୨୩,୫୪୬କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୦୨,୦୦୯ଟି ନମୁନା ପରୀକ୍ଷା କରାଯାଇଛି।

ସେହିପରି ମହାମାରୀ କରୋନା ଜିନିତ ମୃତ୍ୟୁସଂଖ୍ୟା ଦୀର୍ଘ ଦିନ ପରେ ଗତକାଲି ୨ ହଜାର ତଳକୁ ଖସିଥିଲା। ଗତକାଲି କରୋନା ୧୫୮୭ ଜଣଙ୍କ ମୁଣ୍ଡ ନେଇଥିଲା। ହେଲେ ଆଜି ଏହା ସାମାନ୍ୟ ବଢ଼ିଛି। ୨୪ ଘଣ୍ଟାରେ ଏହି ଭାଇରସ ପଞ୍ଝାରେ ପଡ଼ି ଆଉ ୧୬୪୭ ଜଣଙ୍କ ଜୀବନ ଯାଇଛି। ଗୋଟିଏ ଦିନ ପୂର୍ବରୁ ଏହା ୨୩୩୦ ରହିଥିଲା।

କ୍ରମାଗତ ୩୭ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଦିନକରେ ୯୭,୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୬,୭୮,୩୯୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୭,୬୦,୦୧୯ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍‌ ସଂଖ୍ୟା ଆଜି ୨୮,୦୮୪ ହ୍ରାସ ପାଇଛି।

ଦେଶରେ ଆରୋଗ୍ୟ ହାର ୯୬.୧୬% ଥିବା ବେଳେ ମୃତ୍ୟୁହାର ୧.୨୯% ଓ ପଜିଟିଭିଟି ରେଟ୍‌ ୨.୫୫% ରହିଛି। ଅନ୍ୟପକ୍ଷରେ ଏଯାଏ ଦେଶରେ ୨୭,୨୩,୮୮,୭୮୩ ଡୋଜ୍‌ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ଲୋକଙ୍କୁ ୩୩,୦୦,୦୮୫ ଡୋଜ୍‌ ଟିକା ଦିଆଯାଇଛି।

The post ୬୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ, ପୁଣି ୧୬୪୭ ଜଣଙ୍କ ଜୀବନ ଗଲା appeared first on Odisha Reporter.



from Odisha Reporter https://ift.tt/3qhgy8A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages