ବୁଧବାର ରାକେଶ ଟିକାୟତ-ମମତା ବାନାର୍ଜୀ ଭେଟଘାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

ବୁଧବାର ରାକେଶ ଟିକାୟତ-ମମତା ବାନାର୍ଜୀ ଭେଟଘାଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପି ବିରୋଧରେ ପ୍ରଚାର କରିଥିବା ଚାଷୀ ନେତା ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାଇତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ଜୁନ୍ ୯ରେ ଏହି ଭେଟଘାଟ ହେବ। ଏହି ସମୟରେ ତିନି କୃଷି ଆଇନ ବାବଦରେ ଆଲୋଚନା ହେବ। ଆଗକୁ ଏହି ଆନ୍ଦୋଳନ କିଭଳି ଜୋରଦାର କରାଯିବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି।

ନିର୍ବାଚନରେ ​​ବଡ ବିଜୟ ପାଇଁ ରାକେଶ ଏହି ଅବସରରେ ମମତାଙ୍କୁ ଅଭିନନ୍ଦନ ଜଣାଇବେ ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରର ତିନି କୃଷି ଆଇନକୁ ପ୍ରଥମରୁ ବିରୋଧ କରି ଆସୁଛି ଟିଏମସି। ଗତ ବର୍ଷ ନଭେମ୍ବରରେ ରାକେଶ ଟିକାୟତ ଏବଂ ଅନ୍ୟାନ୍ୟ ଚାଷୀ ନେତା ଏକାଠି ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ସମୟରେ ଟିଏମସି ସାଂସଦ ମାନେ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏବେ କରୋନା ମହାମାରୀ ଦୁର୍ବଳ ହେଉଥିବା ଦେଖି ଚାଷୀ ମାନେ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା କରିଥିବା ସୂଚନା ରହିଛି।

ମମତା-ରାକେଶ ଟିକାୟତ ଭେଟଘାଟର ଭିତିରି କଥା !

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପିର ଅନେକ ହାଇପ୍ରୋଫାଇଲ ନେତା ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀ ସରକାର ଓ ଟିଏମସି ବିରୋଧରେ ବର୍ଷିଥିଲେ। ଏଥିମଧ୍ୟରେ ବିଜେପି ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ସେତେବେଳେ ମମତା ମଧ୍ୟ ଯୋଗୀଙ୍କୁ କାଉଣ୍ଟର କରି କହିଥିଲେ ପଶ୍ଚିମବଙ୍ଗରେ ନିର୍ବାଚନ ସରିଲେ ଟିଏମସି ସାରା ଦେଶରେ ବିଜେପିକୁ ଘେରିବ। ଅନ୍ୟପଟେ ରାକେଶ ମଧ୍ୟ କହି ସାରିଛନ୍ତି ଯଦି କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ ନକରିବ ତାହେଲେ ପଶ୍ଚିମବଙ୍ଗ ଭଳି ୟୁପିରେ ମଧ୍ୟ ବିଜେପି ବିରୋଧରେ ଆନ୍ଦୋଳନରତ ଚାଷୀ ପ୍ରଚାର କରିବେ।

ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ବିଜେପି ମଧ୍ୟ ତୃଣମୂଳ ସ୍ତରରୁ ସଂଗଠନ ସଜାଡିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୟୁପିରେ ରାକେଶ ଟିକାୟତଙ୍କର ଏକ ପ୍ରଭାବ ଚାଷୀଙ୍କ ଉପରେ ରହିଛି। ତେଣୁ ମମତା ବାନାର୍ଜୀ ରାକେଶଙ୍କୁ ତାଙ୍କ ଉଦ୍ଦେଶ୍ୟରେ ପାର୍ଟନର କରି ବିଜେପିକୁ ଚେକ୍ ଦେବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ୟୁପିରେ ମୁଖ୍ୟତଃ ଧର୍ମ ଓ ଜାତିକୁ ନେଇ ଏବେ ବି ରାଜନୀତି ପିକରେ ରହିଛି। ତେଣୁ ଏଭଳି ସ୍ଥିତିରେ ମମତା ସିଧାସଳଖ ପ୍ରଚାର କଲେ ବିଜେପି ଭୋଟ୍ ବ୍ୟାଙ୍କ ଭାଙ୍ଗିବା କାଠିକର ହୋଇପାରେ। ତେଣୁ ରାକେଶଙ୍କୁ ମୋହରା କରି ମମତା ୟୁପିରେ ବିଜେପିର ସବୁ ଅଙ୍କ ବିଗାଡିବାକୁ ଚେଷ୍ଟା କରୁଥାଇପାରନ୍ତି।

The post ବୁଧବାର ରାକେଶ ଟିକାୟତ-ମମତା ବାନାର୍ଜୀ ଭେଟଘାଟ appeared first on Odisha Reporter.



from Odisha Reporter https://ift.tt/3uSpyla

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages