ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦୀର୍ଘ ମାସେରୁ ଅଧିକ ସମୟ ଲକଡାଉନ କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି। ଦିନକୁ ୧୨ ହଜାରରୁ ଅଧିକ ପଜିଟିଭ ଚି଼ହ୍ନଟ ସହ ରାଜ୍ୟବାସୀଙ୍କୁ ଡରାଉଥିବା ମହାମାରୀ କରୋନା ଏବେ ତଳମୁଁହା ହୋଇଛି।
ଗତ କିଛି ଦିନ ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଓ ୭ ହଜାର ରହିବା ପରେ ଏବେ ଏହା ୬ ହଜାରକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି। ଆଗାମୀ ସପ୍ତାହେ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିବା ନେଇ ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନଥିବାରୁ ଚିନ୍ତା ବଢୁଛି। ବେଶ୍ ଗୁଡ଼ାଏ ଦିନ ହେବ ଏହି ସଂଖ୍ୟା ୪୦ରୁ ଅଧିକ କିମ୍ବା ୪୦ ପାଖାପାଖି ରହୁଛି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି, ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି।
ସେ ଆହୁରି କହିଛନ୍ତି, ଏବେ ଟୀକାକରଣର ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି। ୧୮ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁ ଅନୁସାରେ ଟିକା ରାଜ୍ୟକୁ ମିଳୁଛି, ସେହି ଅନୁସାରେ ପ୍ଲାନ କରାଯାଉଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଉଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ’ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ, ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି।
ବଲାଙ୍ଗିର ଜିଲ୍ଲାରେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ବଲାଙ୍ଗିର ସହରର ୪ଟି ସ୍ଥାନରେ ୧୦ଟି ଟିକାଦାନ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଉଛି। ସେହିପରି ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଅଞ୍ଚଳରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି। ପୌରାଂଚଳର ୮ଟି ସ୍ଥାନରେ ଟିକାଦାନ କରାଯାଉଛି l ତେବେ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଅନଲାଇନରେ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଯାଇଛି।
The post ତାଳମୁଁହା ମହାମାରୀକୁ ଉପରମୁଁହା ମୃତ୍ୟୁ ଗ୍ରାଫ, କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ appeared first on Odisha Reporter.
from Odisha Reporter https://ift.tt/3uXfxmN
No comments:
Post a Comment