ଆବଶ୍ୟକ ସାମଗ୍ରୀ: ଆମ୍ବ, ସୁଜି, ପାନମଧୁରୀ, ଲୁଣ, ଗୁଡ, ଗୁଆ ଘିଅ, ନଡ଼ିଆ ଓ ରିଫାଇନ ତେଲ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପାଚିଲା ଆମ୍ବର ରସ ବାହାର କରି ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ଏବେ ଗ୍ୟାସରେ କଡ଼େଇ ବସାଇ ପାଣି ଦିଅନ୍ତୁ। ପାଣି ଫୁଟିଲେ ସେଥିରେ ପାନମଧୁରୀ, ଲୁଣ, ଗୁଡ଼, ଗୁଆ ଘିଅ ଓ ନଡ଼ିଆ କୋରା ପକାନ୍ତୁ। ଏହା ଭଲ ଭାବେ ଫୁଟି ଗଲେ ଗ୍ୟାସକୁ ସିମ୍ କରି ସେଥିରେ ଆମ୍ବ ପ୍ୟୁରୀ ପକାନ୍ତୁ। କିଛି ସମୟ ଫୁଟିବା ପରେ ଗ୍ୟାସକୁ ସିମ୍ କରି ସେଥିରେ ସୁଜି ପକାଇ ଲଗାତାର ଘାଣ୍ଟନ୍ତୁ। ଜନ୍ତଣି ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ।
ଏହା ଥଣ୍ଡା ହେବା ପରେ କାକରା ଗଢ଼ିବା ଆରମ୍ଭ କରି ଦିଅନ୍ତୁ। ପରେ ଅନ୍ୟ ଏକ କଡ଼େଇ ତେଲ ଗରମ କରି ପୂର୍ବରୁ ପ୍ରସ୍ତୁତ କାକରାକୁ ଛାଣି ଦିଅନ୍ତୁ। ଏଥର ଅତିଥିଙ୍କୁ ପରସନ୍ତୁ ଆମ୍ବ କାକରା।
ଏଠାରେ ମନେ ରଖନ୍ତୁ, ୧ କପ୍ ଆମ୍ବ ରସ ନେଲେ ସେହି ମାପର ସୁଜି ଓ ଅଧା କପ ଗୁଡ କିମ୍ବା ଚିନି ନିଅନ୍ତୁ l ଏହାକୁ ଜନ୍ତିବା ପାଇଁ ୧ କପ୍ ପାଣି ନିଅନ୍ତୁ l
The post ରଜ ସ୍ପେଶାଲ: ଘରେ କରନ୍ତୁ ଆମ୍ବ କାକରା appeared first on Odisha Reporter.
from Odisha Reporter https://ift.tt/3vkKt0g
No comments:
Post a Comment