କବିତାଙ୍କ ପୁରୁଣା ପୋଷ୍ଟ ଭାଇରାଲ, ମୁହଁ ଖୋଲିଲେ ଶିଳ୍ପାଙ୍କ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

କବିତାଙ୍କ ପୁରୁଣା ପୋଷ୍ଟ ଭାଇରାଲ, ମୁହଁ ଖୋଲିଲେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ସବୁବେଳେ ହସଖୁସି ମିଜାଜରେ ରହୁଥିବା ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟି ଏବେ ଟିକେ ଟେନ୍‌ସନ୍‌ରେ ଅଛନ୍ତି। ଏହାର କାରଣ ସୋଶାଲ୍ ମିଡିଆରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୂର୍ବତନ ପତ୍ନୀ କବିତାଙ୍କ ଏକ ପୁରୁଣା ପୋଷ୍ଟ।

ତାଙ୍କ ସୁଖର ସଂସାର ଉଜୁଡ଼ିବା ପଛରେ ଶିଳ୍ପାଙ୍କ ହାତ ଥିବା କବିତା ଏହି ପୋଷ୍ଟରେ ଖୁଲମଖୋଲା କହିଛନ୍ତି। ଶିଳ୍ପା ଏବେ ତାଙ୍କ ଜୀବନ ବଞ୍ଚୁଥିବା ମଧ୍ୟ ସେ କହିଛନ୍ତି। ନିଜ ବାହାଘରକୁ ବଞ୍ଚାଇବାକୁ ସେ ବହୁତ ଚେଷ୍ଟା କରିଥିବା ବେଳେ ରାଜ୍‌ ସବୁବେଳେ ଶିଳ୍ପାଙ୍କ ବିଷୟରେ କଥା ହେଉଥିଲେ ବୋଲି କବିତା କହିଛନ୍ତି।

ଏପରି ଏକ ପୁରୁଣା ପୋଷ୍ଟ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଏନେଇ ମୁଁହ ଖୋଲିଛନ୍ତି ରାଜ୍‌ କୁନ୍ଦ୍ରା। ଶିଳ୍ପାଙ୍କ ଉପରେ ଘରଭଙ୍ଗା ଅଭିଯୋଗ ଲାଗିଥିବାରୁ ସେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ରାଜ୍‌।

ରାଜ କହିଛନ୍ତି, କବିତାଙ୍କର ମୋ ଭିଣୋଇଙ୍କ ସହିତ ସଂପର୍କ ଥିଲା। ମୁଁ ଅଧିକାଂଶ ସମୟ ବିଜନେସ ଟ୍ରିପରେ ବାହାରେ ରହୁଥିବାରୁ ସେ ମୋ ଭିଣୋଇଙ୍କ ସହ ଅଧିକ ସମୟ ବିତାଉଥିଲେ। ଏ ସମ୍ପର୍କରେ ସମସ୍ତ ପରିବାର ଲୋକ ଏପରିକି ମୋ ଷ୍ଟାଫ ଵି ମୋତେ ଜଣାଇଥିଲେ l କବିତା ତାଙ୍କ ସିକ୍ରେଟ ଫୋନ ଜରିଆରେ ମୋ ଭିଣୋଇଙ୍କ ସହ କଥା ହେଉଥିଲେ। ପ୍ରଥମେ ଏହାକୁ ବିଶ୍ୱାସ କରିବା କଷ୍ଟକର ହେଲେ ଵି ପରେ ମୁଁ ଏହି ସମ୍ପର୍କର ଅନ୍ତ ଘଟାଇବାକୁ ସ୍ଥିର କରିଥିଲି।

ଶିଳ୍ପାଙ୍କ ବିଷୟରେ ରାଜ୍‌ କହିଛନ୍ତି, ମୋ କଠିନ ସମୟରେ ଶିଳ୍ପା ମୋ ସହିତ ଛିଡ଼ା ହୋଇଛନ୍ତି। ପ୍ରଥମ ବିବାହ ଯୋଗୁ ନର୍କ ଯନ୍ତ୍ରଣା ଭୋଗୁଥିବା ବେଳେ ଶିଳ୍ପା ମୋତେ ସେଥିରୁ ବାହାର କରିଥିଲେ। ଏଥିପାଇଁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ।

ରାଜ୍‌ଙ୍କ ସମର୍ଥନରେ ବାହାରିଛନ୍ତି ତାଙ୍କ ଭଉଣୀ ରୀନା। ରୀନାଙ୍କ କହିବା ମୁତାବକ ସେ କବିତାଙ୍କୁ ନିଜର ଭଲ ସାଙ୍ଗ ଭାବୁଥିବା ବେଳେ ସେ କିନ୍ତୁ ତାଙ୍କୁ ଧୋକା ଦେଇଥିଲେ। ତାଙ୍କ ସ୍ଵାମୀଙ୍କ ସହ କବିତାଙ୍କର ଆଫେୟାର ଥିଲା।

ମିଡ଼ିଆ ସମୁଖରେ ରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଶିଳ୍ପା ଅପସେଟ ହୋଇପଡ଼ିଥିବା ବେଳେ ରାଜ କିନ୍ତୁ ସତ ବଖାଣି ବହୁତ ହାଲକା ଅନୁଭବ କରୁଥିବା କହିଛନ୍ତି l ମିଡ଼ିଆରେ କେବଳ ଗୋଟିଏ ପକ୍ଷ ରଖାଯାଉଥିବା ବେଳେ ସେ ଅପରପକ୍ଷ ରଖିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ରାଜ୍‌ l

ରାଜ୍‌ ୨୦୦୩  ମସିହାରେ କବିତାଙ୍କୁ ବିବାହ କରିଥିବା ବେଳେ ୨୦୦୬ମସିହାରେ ସେମାନଙ୍କ ବିଚ୍ଛେଦ ହୋଇଥିଲା। ଏହାପରେ ୨୦୦୯ ମସିହାରେ ସେ ଶିଳ୍ପାଙ୍କ ହାତ ଧରିଥିଲେ।

The post କବିତାଙ୍କ ପୁରୁଣା ପୋଷ୍ଟ ଭାଇରାଲ, ମୁହଁ ଖୋଲିଲେ ଶିଳ୍ପାଙ୍କ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3pVYQaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages