ମୁମ୍ୱାଇ: ବୁଧବାର ସକାଳେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁଛି। ଭୋର ୪ଟାରୁ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସାନ୍ତା କ୍ରୁଜରେ ସକାଳ ୮ଟା ସୁଦ୍ଧା ୫୯.୬ ମିଲିମିଟର ବର୍ଷା ହୋଇଛି। ଏହା ବ୍ୟତୀତ କୋଲାବାରେ ୭୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜୁନ ମାସରେ ଏପର୍ଯ୍ୟନ୍ତ ମୁମ୍ବାଇରେ ମୋଟ ୧୮୫ ମିଲିମିଟର ବର୍ଷା ହୋଇଛି। ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ୪୦ ରୁ ୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଅନ୍ୟପକ୍ଷରେ ଗତ ଦିନରେ ନାଭି ମୁମ୍ବାଇରେ ୧୨୦ ମିଲିମିଟର ବର୍ଷା ହୋଇଛି।
ପ୍ରବଳ ବର୍ଷା ପାଇଁ ମୁମ୍ବାଇରେ ଏବେ ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିଛି। ସକାଳ ୯ଟା ୫୦ରୁ ମୂଷଳଧାରାରେ ବର୍ଷା ହେବାରୁ ଛତ୍ରପତି ଶିବାଜୀ ଟର୍ମିନାଲରୁ ଏବଂ କୁର୍ଲା ମଧ୍ୟରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି। ମୁମ୍ବାଇ ସହରର ଅଧିକାଂଶ ରାସ୍ତାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି। ତେଣୁ ବସ୍ ରୁଟରେ ମଧ୍ୟ ପରିବର୍ତ୍ତନ ହୋଇଛି।
ସୂଚନାଯୋଗ୍ୟ, ମୌସୁମୀ ଦୁଇ ଦିନ ପୂର୍ବରୁ ମୁମ୍ବାଇରେ ପହଞ୍ଚିଛି। ଆଗକୁ ତିନି ରୁ ଚାରି ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସବୁଥର ପରି ପୂର୍ବବର୍ଷ ଭଳି ସମାନ ଦିନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଚଳିତ ଥର ଦକ୍ଷିଣ ପଶ୍ଚିମ ମୌସୁମୀ ଦୁଇ ଦିନ ପୂର୍ବରୁ ପହଞ୍ଚି ଯାଇଛି। ଏହାର ପ୍ରଭାବରେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସହରରେ ୩୦୦ ରୁ ୩୫୦ ମିଲିମିଟର ବର୍ଷା ହୋଇପାରେ।
ପୁଣେ ପାଣିପାଗ ବିଭାଗର ବୈଜ୍ଞାନିକ କେ.ଏସ୍ ହୋସାଲିକର କହିଛନ୍ତି, “ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ମୁମ୍ବାଇ ଉପରେ ମେଘ ଦୃଶ୍ୟମାନ ହେଉଛି। ତେଣୁ ପଶ୍ଚିମ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
The post ମୌସୁମୀ ବର୍ଷାରେ ମୁମ୍ୱାଇ ବେହାଲ appeared first on Odisha Reporter.
from Odisha Reporter https://ift.tt/3ctt6nx
No comments:
Post a Comment