ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି। ସେହିପରି ୬ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।
ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିକ୍ରମ କେଶରୀ ଆରୁଖ ନିଯୁକ୍ତି ପାଇଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, କଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ମିଳିଛି।
ସେହିପରି ପର୍ଯ୍ୟବେକ୍ଷକ ଭାବେ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି, ତା’ର ତାଲିକା ନିମ୍ନରେ ଦିଆଯାଇଛି।
ଜାଣନ୍ତୁ, କାହାକୁ ମିଳିଲା କେଉଁ ଜିଲ୍ଲା
ଅନୁଗୋଳ- ପ୍ରଶାନ୍ତ ମୁଦୁଲି
ବାଲେଶ୍ୱର– ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ– ପ୍ରଣବ ବଳବନ୍ତରାୟ
ବଲାଙ୍ଗିର- ସୁଶାନ୍ତ ସିଂହ
ବୌଦ୍ଧ– ସୌଭାଗ୍ୟ ନାୟକ
କଟକ- ଉଷା ଦେବୀ
ଦେବଗଡ଼– ସୁଶାନ୍ତ ସିଂହ
ଢେଙ୍କାନାଳ- ବିଜୟ ନାୟକ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
ଜଗତସିଂହପୁର– ସମୀର ରଞ୍ଜନ ଦାଶ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା– ସୁବାସ ସିଂହ
କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ– ପ୍ରତାପ ଜେନା
କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର– ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ
କୋରାପୁଟ– ଚନ୍ଦ୍ର ସାରଥୀ ବେହେରା
ମାଲକାନଗିରି- ଚନ୍ଦ୍ର ସାରଥୀ ବେହେରା
ମୟୂରଭଞ୍ଜ– ପ୍ରଣବ ପ୍ରକାଶ ଦାସ
ନବରଙ୍ଗପୁର- ତୁଷାରକାନ୍ତି ବେହେରା
ନୟାଗଡ଼– ପଦ୍ମନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ– ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ରାୟଗଡ଼ା– ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର– ନଳିନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର– ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼– ପ୍ରୀତିରଞ୍ଜନ ଘଡ଼େଇ
The post ୩୦ ଜିଲ୍ଲାରେ ବିଜେଡି ନିଯୁକ୍ତ କଲା ନୂଆ ପର୍ଯ୍ୟବେକ୍ଷକ appeared first on Odisha Reporter.
from Odisha Reporter https://ift.tt/35WUmqV
No comments:
Post a Comment