ପୂର୍ବତନ ଆଇପିଏସ ‘ରବିନ ହୁଡ ପାଣ୍ଡେ’ ଦେଉଛନ୍ତି ପ୍ରବଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

ପୂର୍ବତନ ଆଇପିଏସ ‘ରବିନ ହୁଡ ପାଣ୍ଡେ’ ଦେଉଛନ୍ତି ପ୍ରବଚନ

ପାଟଣା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଚର୍ଚ୍ଚାରେ। ଆଗୁଆ ଅବସର ନେଇ ରାଜନୀତିରେ ଏଣ୍ଟ୍ରି ମାରିଥିବା ଏହି ପୂର୍ବତନ ଆଇପିଏସ ନିକଟରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଟିକେଟ୍ ପାଇନଥିଲେ। କିଛି ଦିନ ହେବ ସେ ନିରବ ରହିବା ପରେ ଏବେ ତାଙ୍କୁ ଆଉ ଏକ ଲୁକରେ ଦେଖିବାକୁ ମିଳିଛି। ନେତା ହେବା ପରେ ପରେ ତାଙ୍କୁ ଏବେ ପ୍ରବଚକ ଭାବରେ ଦେଖିବାକୁ ମିଳିଛି। ସେ ଧର୍ମ ଏବଂ ଆଧ୍ୟାତ୍ମକୁ ନେଇ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି ମାମଲାରେ ଟିଭି ଚ୍ୟାନେଲ ମାନଙ୍କୁ ପ୍ରତକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ଏହାପରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭିଆରଏସ ନେଇଥିଲେ। ଚର୍ଚ୍ଚା ହେଉଥିଲା ସେ ନିର୍ବାଚନ ଲଢ଼ିବେ। ଏହାପରେ ପରେ କିନ୍ତୁ ସେ ଜେଡିୟୁରେ ସାମିଲ ହୋଇଥିଲେ। ପରେ କିନ୍ତୁ ଗୁପ୍ତେଶ୍ୱର ଟିକେଟ ପାଇନଥିଲେ।

ଏବେ ଅନେକ ଭାଇରାଲ ଭିଡିଓ ଗୁପ୍ତେଶ୍ୱରଙ୍କର ଦେଖିବାକୁ ମିଳିଛି। ଜୁମ୍ ଆପ ଜରିଆରେ ଗୁପ୍ତେଶ୍ୱର ବିଭିନ୍ନ ପ୍ରକାର ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି। ପ୍ରବଚନ ଦେଲା ବେଳେ ଗୁପ୍ତେଶ୍ୱର ଗେରୁଆ ବସ୍ତ୍ର ସହିତ ଏକ ଧର୍ମଗୁରୁ ଭଳି ଲୁକରେ ଦେଖାଯାଉଛନ୍ତି। ଆଉ ସେ ଶ୍ରୀମଦଭଗବତ ଗୀତା ଶୁଣାଉଥିବା ଦେଖିବାକୁ ମିଳିଛି।

ବିହାରର ବକ୍ସର ଜିଲ୍ଲାର ନିବାସୀ ହେଉଛନ୍ତି ଗୁପ୍ତେଶ୍ୱର ପାଣ୍ଡେ। ସେ ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ବିହାରର ୨୬ଟି ଜିଲ୍ଲାରେ ଏଏସପି, ଏସପି, ଏସଏସପି, ଆଇଜି ଏବଂ ଏଡିଜେ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ନିଜର ରୋକଠକ କଥାବାର୍ତ୍ତା ପାଇଁ ଗୁପ୍ତେଶ୍ୱର ପାଣ୍ଡେ ରବୀନ ହୁଡ ପାଣ୍ଡେ ବୋଲି ମଧ୍ୟ ପରିଚିତ ଥିଲେ। ୨୦୦୯ରେ ବକ୍ସର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଭିଆରଏସ ନେଇଥିଲେ। ତେବେ ଟିକେଟ୍ ନମିଳିବା ପରେ ସେ ପୁଣିଥରେ ପୁଲିସ ଚାକିରିକୁ ଫେରିଥିଲେ। ଏହାପରେ ସେ ପୁଣିଥରେ ୨୦୨୦ରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭିଆରଏସ ନେଇଥିଲେ, କିନ୍ତୁ ଏଥର ମଧ୍ୟ ସେ ନିରାଶ ହୋଇଥିଲେ।

The post ପୂର୍ବତନ ଆଇପିଏସ ‘ରବିନ ହୁଡ ପାଣ୍ଡେ’ ଦେଉଛନ୍ତି ପ୍ରବଚନ appeared first on Odisha Reporter.



from Odisha Reporter https://ift.tt/3jhO3WS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages