ଏସଡିଜି ରିପୋର୍ଟରେ ଓଡ଼ିଶା ୨୧: ‘ନବୀନ ୧ ନମ୍ୱର କହି ସାନ୍ତ୍ୱନା ଦେଉଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ଏସଡିଜି ରିପୋର୍ଟରେ ଓଡ଼ିଶା ୨୧: ‘ନବୀନ ୧ ନମ୍ୱର କହି ସାନ୍ତ୍ୱନା ଦେଉଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୀତି ଆୟୋଗର ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସଡିଜି) ରିପୋର୍ଟରେ ଓଡ଼ିଶାର ସ୍ଥାନ ତଳ ଆଡୁ ପାଞ୍ଚ ନମ୍ୱର ସ୍ଥାନରେ ରହିଛି। ଏହାକୁ ନେଇ ରାଜ୍ୟର ୨୧ ବର୍ଷର ସରକାରକୁ ପ୍ରଶ୍ନ କରିଥିଲେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ସହିତ ସରକାରଙ୍କୁ ଘାଇଲା କଲା ଭଳି କିଛି ପ୍ରଶ୍ନ କରିଥିଲେ। ଯାହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ରିପୋର୍ଟରେ ଗଡ଼ବଡ଼ ଥିବା ସେ ସନ୍ଦେହ କରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ସରକାର ସବୁଥିରେ ବିଶ୍ୱ ସ୍ତରୀୟ ବୋଲି କହୁଛି। ହେଲେ ନୀତି ଆୟୋଗ ରିପୋର୍ଟ ସରକାରର ଅସଲ ମୁଖା ଖୋଲି ଦେଇଛି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପ୍ରେସମିଟ୍ କରି ଏସଡିଜି ରିପୋର୍ଟକୁ ଆଧାର କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି। ମନରେଗାରେ ନିଯୁକ୍ତି କମିଛି, ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି, ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି। ଏଥିସହ ହତ୍ୟା, ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଅପରାଧ ବଢ଼ିଥିବା ଅପରାଜିତା ଷଡଙ୍ଗୀ କହିଛନ୍ତି। ଦେଶରେ ତଳ ଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ କହିଛନ୍ତି। ୨୦୧୯ରେ ଏସଡିଜି ଇଣ୍ଡିଆ ରାଙ୍କିଂରେ ୧୬ଶ ସ୍ଥାନରେ ଓଡ଼ିଶା ଥିବା ବେଳେ ଏବେ ଓଡିଶା ୨୧ଶ ସ୍ଥାନକୁ ଖସି ଆସିଛି ବୋଲି ସେ କହିଛନ୍ତି। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟ ବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ଅପରାଜିତା କହିଛନ୍ତି।

ଅନ୍ୟପଟେ ଏସଡିଜି ରିପୋର୍ଟକୁ ନେଇ ରାଜନୀତିକରଣ କରାଯିବା ଅନୁଚିତ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ଏସଡିଜି ରିପୋର୍ଟ ପ୍ରସ୍ତୁତରେ ଗଡ଼ବଡ଼ ଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରି ଅମର କହିଛନ୍ତି ସାଂସଦ ଉପର ଠାଉରିଆ ଭାବେ ତଥ୍ୟ ପଢ଼ି ରାଜନୀତି କରିବା ଦୁଃଖର କଥା। ଏସଡିଜି ରିପୋର୍ଟକୁ ଠିକ୍ ଭାବେ ପଢ଼ାଗଲେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅମର କହିଛନ୍ତି।

ସରକାରଙ୍କ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଯାଇ ଅମର କହିଛନ୍ତି ନୀତି ଆୟୋଗ ପଞ୍ଚାୟତ ସ୍ତରକୁ ଯାଉନି। ତେଣୁ ନୀତି ଆୟୋଗର ରିପୋର୍ଟ ଗଡ଼ବଡ଼ ବୋଲି ସେ ଅନୁମାନ କରୁଛନ୍ତି। ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି। ଏସଡିଜିର ରିପୋର୍ଟ ଉପରଠାଉରିଆ ବୋଲି କହିଛନ୍ତି। ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ଓଡ଼ିଶା ୯୨.୦୮ପ୍ରତିଶତ ପାଇଥିଲା। ୨୦୨୦ରେ ଶୂନ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରାଜିତା ଷଡଙ୍ଗୀ ଓଡ଼ିଶା କଥା କେବଳ କହୁଛନ୍ତି, ୟୁପି କଥା ବି କହିବା ଦରକାର ବୋଲି ଅମର କହିଛନ୍ତି।

ଅନ୍ୟପଟେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ଏ ସରକାର ସବୁଥିରେ ବିଶ୍ୱସ୍ତରୀୟ, ନମ୍ୱର ଓ୍ୱାନ କହି ହେଉଛି। ହେଲେ ନୀତି ଆୟୋଗର ଏସଡିଜି ରିପୋର୍ଟରେ ଓଡ଼ିଶା ୨୧ ସ୍ଥାନରେ। ଏ ସରକାର କହୁଛି ନମ୍ୱର ଓ୍ୱାନ। ଏ ସରକାର ମିଡିଆ ଜରିଆରେ ନିଜକୁ ପ୍ରଶଂସା କରି ସାନ୍ତ୍ୱନା ଦେଉଛି ଆଉ କିଛି ନୁହେଁ। ସେହିପରି ଦୁଷ୍କର୍ମ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୟୁପି ବିଜେପି ଶାସିତ ରାଜ୍ୟ ଏକ ନମ୍ୱରରେ ରହିଛି କହି ସୁର ରାଉତ ରାୟ ଉଭୟ ଅପରାଜିତାଙ୍କ ଦଳ ବିଜେପି ଓ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି।

The post ଏସଡିଜି ରିପୋର୍ଟରେ ଓଡ଼ିଶା ୨୧: ‘ନବୀନ ୧ ନମ୍ୱର କହି ସାନ୍ତ୍ୱନା ଦେଉଛନ୍ତି’ appeared first on Odisha Reporter.



from Odisha Reporter https://ift.tt/3ijzXDD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages