ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ!

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଳାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଜିଲ୍ଳାରେ ପ୍ରତିଦିନ ୨୦୦ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତା ସଙ୍ଗେ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ପ୍ରତିଦିନ ୩ରୁ ୩ ଜଣଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ କରୋନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। କରୋନା ମୃତ୍ୟୁକୁ ନେଇ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କୋଭିଡ୍‍ ହସ୍ପିଟାଲର ଚିକିତ୍ସା ଅବହେଳାକୁ ଦାୟୀ କରୁଥିବା ବେଳେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ଅନେକ ରୋଗୀଙ୍କ ସମ୍ପର୍କୀୟ ତଥା ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

କରୋନାରେ ମୃତ୍ୟୁବରଣ କରିଥିବା ଜଣେ ରୋଗୀଙ୍କ ସଂପର୍କୀୟ ଜି. ମୃତ୍ୟୁଞ୍ଜୟ କହିଛନ୍ତି ଯେ ଇଏସଆଇ କୋଭିଡ଼ ହସ୍ପିଟାଲରେ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ସେଠାରେ ରୋଗୀଙ୍କୁ କି ଔଷଧ ଦିଆଯାଉଛି, କ’ଣ ଖାଇବାକୁ ଦିଆଯାଉଛି, କେମିତି ଚିକିତ୍ସା କରାଯାଉଛି କିଛି ପ୍ରକାଶ କରାଯାଉନି। ସେଠି ଆମ ରୋଗୀ ମରିଗଲେ। ଝିଅଟିଏ ଭୋକ ଭୋକ କହି ମରିଗଲା। ଖାଇବାକୁ ଦେଉଛନ୍ତି କି ନାହିଁ ଜଣାନାହିଁ। ସେହିପରି ରାୟଗଡ଼ା ବାସିନ୍ଦା ଶ୍ୟାମ କୁମାର ଦାଶ କହିଛନ୍ତି ଯେ ଜିଲ୍ଲାରେ କରୋନା ପିଜିଟିଭିଟି ହାରଠାରୁ ମୃତ୍ୟୁହାର ଅଧିକ। ପଜିଟିଭିଟି ହାର ୬୦ ହେଲେ ମୃତ୍ୟୁହାର ୭୦। ଏହା ନିଶ୍ଚୟ ଚିନ୍ତାଜନକ।

ଅନ୍ୟପଟେ କରୋନା ହସ୍ପିଟାଲରୁ ବି ଆସୁଛି ଅନେକ ଖୁସି ଖବର । ଅନେକ ରୋଗୀ ଏଠାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ମଧ୍ୟ ହସ୍ପିଟାଲର ସେବା ସୁଶ୍ରୁଷାରେ ଭଲ ହେଉଥିବା କହିଛନ୍ତି। କୋଭିଡ୍‍ ହସ୍ପିଟାଲ ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉତ୍ତମ ସେବା ଓ ବ୍ୟବହାର ଯୋଗୁଁ କରୋନାରୁ ସୁସ୍ଥ ହୋଇ ନବଜୀବନ ଲାଭ କରିଥିବା କହିଛନ୍ତି ରୋଗୀ ଓ ସମ୍ପର୍କୀୟ। ସୁସ୍ଥ ହୋଇଥିବା କୋଭିଡ୍‍ ରୋଗୀ ବିଦ୍ୟାଭୂଷଣ ପଣ୍ଡା କହିଛନ୍ତି ଯେ ତାଙ୍କ ବାପାଙ୍କୁ କରୋନା ହୋଇଥିଲା। ତାଙ୍କୁ ମଧ୍ୟ କରୋନା ହୋଇଥିଲା। ସମସ୍ତେ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠା ଡାକ୍ତର, ନର୍ସ ଓ ଅନ୍ୟମାନଙ୍କ ସେବା ଓ ଚିକିତ୍ସା ଯୋଗୁଁ ସେମାନେ ସଂପୂର୍ଣ୍ଣ ଭଲ ହୋଇ ଘରକୁ ଫେରୁଛନ୍ତି। ସୁସ୍ଥ ହୋଇଥିବା ଅନ୍ୟ ବହୁ କୋଭିଡ୍‍ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ କୋଭିଡ଼ ହସ୍ପିଟାଲର ଷ୍ଟାଫଙ୍କ ସେବା ଓ ଚିକିତ୍ସାକୁ ପ୍ରଶଂସା କରିଛନ୍ତି।

ତେବେ ରାୟଗଡା କୋଭିଡ୍‍ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ବଢୁଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର। ରାୟଗଡ଼ା କୋଭିଡ଼ ହସ୍ପିଟାଲର ଡାକ୍ତର ଚନ୍ଦ୍ର ଶେଖର ବେହେରା କହିଛନ୍ତି ଯେ କାଜୁଆଲିଟି ବଢ଼ିଛି, ଏହା ସତ। ତେବେ ଅନେକ ରୋଗୀ ମଧ୍ୟ ଭଲ ହୋଇଛନ୍ତି। ରାୟଗଡ଼ା ହସ୍ପିଟାଲରେ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ୍‍ ନଥିବାରୁ ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ଅଧିକ ଡାକ୍ତର ଓ ନର୍ସ ଦିଆଗଲେ ଅଧିକ ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ମିଳିପାରିବ। ସେହିପରି କୋଭିଡ୍‍ ହସ୍ପିଟାଲରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଅନେକ ରୋଗୀ ଗୁରୁତର ଅବସ୍ଥାରେ ଶେଷ ସମୟରେ ହସ୍ପିଟାଲକୁ ଆସୁଥିବାରୁ ମୃତ୍ୟୁ ଘଟୁଥିବା ସେ କହିଛନ୍ତି।

The post ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ! appeared first on Odisha Reporter.



from Odisha Reporter https://ift.tt/34NjVtS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages