ଓ୍ୱାଶିଂଟନ: ଆମେରିକାର କୃଷ୍ନକାୟ ନାଗରିକ ଜର୍ଜ ଫ୍ଲୟଡଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମିନେପଲିସ୍ ପୁଲିସ ଅଫିସର ଡେରେକ ଚୌଭିନକୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ କୋର୍ଟ। କୋର୍ଟ ଏହି ମାମଲାରେ ତାଙ୍କୁ ୨୨ ବର୍ଷ ୬ ମାସର ଜେଲ ଦଣ୍ଡାଦେଶ ଦେଇଛନ୍ତି। ଓ୍ୱାଶିଂଟନର ହେନିପିନ କାଉଣ୍ଟି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
କୁହାଯାଉଛି ୩୦ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହେଉ ବୋଲି ବିଚାରପତିଙ୍କ ନିକଟରେ ଦାବି ହୋଇଥିଲା। ହେଲେ ଡେରେକଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧ କାର୍ଯ୍ୟକଳାପ ନାହିଁ। ତେଣୁ ବିଚାରପତିଙ୍କୁ ୧୦-୧୫ ବର୍ଷ ମଧ୍ୟରେ ଦଣ୍ଡାଦେଶ ଦେବାକୁ ପରାମର୍ଶ ଦିଆଯାଇଥିଲା। ବିଚାରପତି କିନ୍ତୁ ୨୨ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଆମେରିକାରେ ଗତବର୍ଷ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମିନେପଲିସରେ କୃଷ୍ନକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କୁ ନିଜ ଗୋଡରେ ଚାପି ଡେରେକ ହତ୍ୟା କରିଥିଲେ। ମେ ୨୫,୨୦୨୦ରେ ଏହି ଘଟଣା ଘଟିଥିଲା। ସେତେବେଳେ ଏହାକୁ ବିରୋଧ କରି ଶତାଧିକ ଆମେରିକୀୟ ରାଜରାସ୍ତାକୁ ଓହ୍ଲାଇଥିଲେ। ପରେ ବିବାଦ ବଢ଼ୁଥିଲା। ତେବେ ଏହି ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଡେରେକଙ୍କୁ ଗିରଫ କରାଯିବା ସହିତ ପୁଲିସ ବିଭାଗରୁ ବହିଷ୍କୃତ କରିଥିଲେ ସେଠିକାର ସରକାର।
ମୃତ୍ୟୁ ପୂର୍ବରୁ ଜର୍ଜ ନିଃଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ବାରମ୍ବାର କହିଥିଲେ। ସେତେବେଳେ ମିନେପଲିସ ପୁଲିସ ଅଫିସର ଡେରେକ ଚୌଭିନ କିନ୍ତୁ ଜର୍ଜ ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ଧରିଥିଲେ। ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଜର୍ଜ ଛାଡିଦେବା ପାଇଁ ଚୌଭିନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଡେରେକ ଚୌଭିନ ଗୋଡକୁ ଚାପି ହୋଇ ରଖିଥିଲେ। ତେଣୁ ଜର୍ଜଙ୍କର ମୃତ୍ୟୁ ଘଟିଥିଲା। ୪୫ ବର୍ଷୀୟ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
The post ଜର୍ଜ ଫ୍ଲୋଏଡ ମୃତ୍ୟୁ ମାମଲା, ଡେରେକଙ୍କୁ ୨୨ ବର୍ଷ ୬ ମାସ ଜେଲ appeared first on Odisha Reporter.
from Odisha Reporter https://ift.tt/3A1MbXV
No comments:
Post a Comment