ଲକଡାଉନରୁ ମୁକ୍ତି ପାଇବ ଓଡ଼ିଶା: ସ୍ୱାସ୍ଥ୍ୟ ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ଲକଡାଉନରୁ ମୁକ୍ତି ପାଇବ ଓଡ଼ିଶା: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌-୧୯ ଭାଇରସର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ଡେଲଟା ପ୍ଲସ୍ ଭାରିଏଣ୍ଟର ଭୟାବହତା ସେତେ ନାହିଁ । ଆଗକୁ ରାଜ୍ୟରେ ସଂକ୍ରମଣ ହାର ଆହୁରି କମିବ ଓ ଲକଡାଉନରୁ ରାଜ୍ୟ ମୁକ୍ତି ପାଇବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମିଶ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭାରିଏଣ୍ଟକୁ ମାରାତ୍ମକ ବୋଲି କହିନାହିଁ। ଡେଲଟା ପ୍ଲସ୍ ସଂକ୍ରମିତ ସଂଖ୍ୟା କମ୍ ଅଛି। ରାଜ୍ୟରେ ସଂକ୍ରମିତ ମାମଲା ହ୍ରାସ ପାଉଛି, ତେଣୁ ଡେଲଟା ପ୍ଲସ ଭୟାବହତା ସେତେ ନାହିଁ। ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଦୁଇଟି ଡୋଜ୍ ଟିକା ନେଇ ସଂକ୍ରମିତ ହେଲେ ମେଡିକାଲ ଯିବାର ଆବଶ୍ୟକତା ନାହିଁ। ଗୋଟିଏ ଡୋଜ୍ ନେବାପରେ ଶରୀରରେ ୭୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣିହେବ । ବମ୍ବେ ଓ ଦିଲ୍ଲୀରେ ଦ୍ୱିତୀୟ ଲହର ଆସିବା ପରେ ଓଡ଼ିଶାକୁ ଏହା ଆସିଥିଲା। ତେଣୁ ତୃତୀୟ ଲହର ଦେଶକୁ ଆସିଲେ ଜାଣିହେବ ବୋଲି ଆଶା କରାଯାଉଛି। ମାତ୍ର ଏବେଠୁ ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

କୋଭିଡ୍ ଟିକାକୁ ନେଇ ଆଇସିଏମଆର ପକ୍ଷରୁ ଗବେଷଣା ବା ଅନୁଧ୍ୟାନ ହୋଇଥିଲା। ଟିକା ନେଇ ସଂକ୍ରମିତ ହୋଇଥିବା ୨୭୪ଜଣଙ୍କ ଉପରେ ଆଇସିଏମଆର ଅଧ୍ୟୟନ କରିଥିଲେ। ଟିକା ଯୋଗୁ ସୁରକ୍ଷା ମିଳୁଛି ଓ ଗୁରୁତର ସ୍ଥିତିକୁ ଯିବାରୁ ସୁରକ୍ଷା ମିଳୁଛି। ଟିକା ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି। ତଥାପି ଏହା ଉପରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି। ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି ଓ ବେଳେବେଳେ ତାହା ଉପର-ତଳ ହେଉଛି। ସଂକ୍ରମଣ ବଢ଼ୁଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

The post ଲକଡାଉନରୁ ମୁକ୍ତି ପାଇବ ଓଡ଼ିଶା: ସ୍ୱାସ୍ଥ୍ୟ ବିଶେଷଜ୍ଞ appeared first on Odisha Reporter.



from Odisha Reporter https://ift.tt/3dgaDep

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages