ନୂଆଦିଲ୍ଲୀ: ଦେଶରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ଦରକାର କେନ୍ଦ୍ର ସରକାର। ଏ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନର ଜବାବ ରଖିଛନ୍ତି କେନ୍ଦ୍ର ସରକାର। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସରକାର ତାଙ୍କ ଜବାବରେ କହିଛନ୍ତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ପାରିବେ ନାହିଁ। କାରଣ ବିପର୍ଯ୍ୟୟ ଆଇନ ଅନୁସାରେ କେବଳ ଭୂମିକମ୍ପ, ବାତ୍ୟା ଆଜି ପ୍ରାକୃତିକ ବିପତ୍ତି ଉପରେ କ୍ଷତିପୂରଣ ଦେବାକୁ ପ୍ରାବଧାନ ରହିଛି। ସରକାର କହିଛନ୍ତି ଯଦି ଗୋଟିଏ ରୋଗ ପାଇଁ କେନ୍ଦ୍ର ସରକାର ଏବେ ଆର୍ଥିକ ସହାୟତା କରିବେ ତାହେଲେ ଅନ୍ୟ ଏକ ରୋଗ ପାଇଁ କାହିଁକି କ୍ଷତିପୂରଣ ଦିଆଯିବନି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଏବେ କୋଭିଡ୍ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବା ଠିକ୍ ହେବନି ବୋଲି ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବା ବେଳେ ଏହା କହିଥିବା ସୂଚନା ରହିଛି।
ସେହିପରି ସରକାର କହିଛନ୍ତି ଯଦି କୋଭିଡ-୧୯ ମୃତକଙ୍କ ପରିବାରକୁ ଯଦି ୪ ଲକ୍ଷ ଟଙ୍କା ଦିଆଯିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପାଖରେ ଯେତକ ପଇସା ରହିଛି ସମ୍ପୂର୍ଣ୍ଣ ଶେଷ ହୋଇଯିବ।
ସୂଚନାଯୋଗ୍ୟ, ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହାପରେ ସୁପ୍ରିମକୋର୍ଟ ଜୁନ ୧୨ରେ ଏହି ଆବେଦନ ଉପରେ ବିଚାର କରି କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହରେ ଜବାବ ଦେବାକୁ କହିଥିଲେ। ସୋମବାର ଏହାର ଶୁଣାଣି ରହିଥିବା ସୂଚନା ରହିଛି।
ଆଇନଜୀବୀ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଏହି ଆବେଦନ ଦାୟର କରିଛନ୍ତି। ମେ ୨୪ରେ କୋର୍ଟ ଏହି ପିଟିସନ ଉପରେ କେନ୍ଦ୍ରର ଜବାବ ମାଗିଥିଲେ ଏବଂ ମୃତ୍ୟୁର କାରଣ କୋଭିଡ ରହିଥିବାବେଳେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉପରେ ଏକକ ନୀତି ଅଛି କି ନାହିଁ ସରକାରକୁ ଜଣାଇବାକୁ କହିଥିଲେ।
The post କୋଭିଡ ମୃତକଙ୍କ ପରିବାରକୁ ₹୪ ଲକ୍ଷ ଆର୍ଥିକ ସହାୟତା ପ୍ରସ୍ତାବ ଉପରେ କେନ୍ଦ୍ର ରଖିଲା ଜବାବ appeared first on Odisha Reporter.
from Odisha Reporter https://ift.tt/3cTWsf3
No comments:
Post a Comment