କଶ୍ମୀର ନେତାଙ୍କୁ ନେଇ ମୋଦି କରିବେ ବୈଠକ, ବଢିଲା ପାକିସ୍ତାନର ହୃଦସ୍ପନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 19, 2021

କଶ୍ମୀର ନେତାଙ୍କୁ ନେଇ ମୋଦି କରିବେ ବୈଠକ, ବଢିଲା ପାକିସ୍ତାନର ହୃଦସ୍ପନ୍ଦନ

ଇସଲାମାବାଦ: ଜୁନ ୨୪ରେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗୃହ ମନ୍ତ୍ରାଳୟର ନେତୃତ୍ୱରେ ହେବାକୁ ଥିବା ଏହି ବୈଠକ ପାଇଁ କଶ୍ମୀରର ସମସ୍ତ ରାଜନୀତିକ ଦଳର ମୁଖିଆଙ୍କୁ ଡକାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ପାକିସ୍ତାନ କିନ୍ତୁ ଚିନ୍ତାରେ। ଯଦି କଶ୍ମୀର ଭୈଗଳିକ ସ୍ଥିତିକୁ ନେଇ ଭାରତ ସରକାର ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ତାହେଲେ ପାକିସ୍ତାନ ଏହାକୁ ବିରୋଧ କରିବ ବୋଲି କହିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ କହିଛନ୍ତି କଶ୍ମୀରରେ ଯେକୌଣସି ପ୍ରକାର ପରିବର୍ତ୍ତନ ହେଲେ ପାକସ୍ତାନ ସ୍ୱର ଉଠାଇବ। ପାକିସ୍ତାନ କହିଛି ପ୍ରଧାନମନ୍ତ୍ରୀ ୧୪ଟି ରାଜନୀତିକ ଦଳର ନେତାଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି। ହାବଭାବରୁ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ଏହି ବୈଠକ ହୋଇପାରେ ବୋଲି କୁହାଯାଉଛି। ଯଦି ନିର୍ବାଚନ ହେବ ଏହାକୁ ପାକିସ୍ତାନ ବିରୋଧ କରିବ ବୋଲି କହିଛି।

ଅଗଷ୍ଟ ୨୦୧୯ରେ ଭାରତ ସରକାର କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନର ନିଦ ହଜିଯାଇଛି। ଯଦିଓ ଏହା ଭାରତର ଅନ୍ତରୀଣ ମାମଲା ହେଲେ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ପାକିସ୍ତାନ ଭାରତ ବିରୋଧରେ ଅନେକ ସ୍ୱର ଉଠାଇଛି। ଆଉ ଅନ୍ତର୍ଜାତୀୟ ସ୍ତରରେ ବିଫଳ କୂଟନୀତି ପାଇଁ ଲଜ୍ଜିତ ମଧ୍ୟ ହୋଇଛି। ଏହାରି ଭିତରେ ପୁଣିଥରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ପୂରାଇବାକୁ ଚେଷ୍ଟା କରିଛି ପାକିସ୍ତାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠୁ ସୁରକ୍ଷା ସବୁଠାରୁ ବଡ଼ ପଦକ୍ଷେପ ହୋଇଥିବାରୁ ଏହି ବୈଠକରେ ର’ ଓ ଗୁଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତ ରହିପାରନ୍ତି। କେନ୍ଦ୍ର ସରକାର ପିଡିପିର ମୁଖ୍ୟ ମେହବୁବା ମୁଫତି, ନ୍ୟାଶନାଲ କନଫରେନସର ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କଶ୍ମୀରର ଅପନୀ ପାର୍ଟିର ମୁଖ୍ୟ ଅଲତାପ ବୁଖାରୀ ଏବଂ ପିପୁଲସ କନଫରେନ୍ସର ପ୍ରମୁଖ ଅଧିକାରୀ ସଜ୍ଜାଦ ଲୋନଙ୍କୁ ବୈଠକରେ ସାମିଲ୍ ହେବା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

The post କଶ୍ମୀର ନେତାଙ୍କୁ ନେଇ ମୋଦି କରିବେ ବୈଠକ, ବଢିଲା ପାକିସ୍ତାନର ହୃଦସ୍ପନ୍ଦନ appeared first on Odisha Reporter.



from Odisha Reporter https://ift.tt/2TPAGT7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages