କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଆଇଏମଡି ଏହି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଛି। ଏହାର ୧୦-୧୨ ଦିନ ପରେ ଓଡ଼ିଶାରେ ଏହି ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଏବେ କେରଳରେ କ୍ରମାଗତ ଦୁଇ ଦିନ ପାଇଁ ଲଗାତାର ୨.୫ ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ୪୦ ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।

ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ଥର ଜୁନ୍ ୧ରୁ ଦକ୍ଷିଣ-ପଶ୍ଚିମ ବାୟୁ ଧୀରେ ଧୀରେ ବୋହିବା କାରଣରୁ ଏହା ବିଳମ୍ୱ ହୋଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମୌସୁମୀ ବିଳମ୍ୱିତ ହେବାର କାରଣ କହିଥିଲେ। କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ ହୋଇଛି। ମେ ୨୧ରେ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ କରିଥିଲା ବୋଲି ସେ କହିଥିଲେ।

ଜୁନରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସର ବୃଷ୍ଟିପାତ ପାଇଁ ପ୍ରଥମ ଲଙ୍ଗ୍ ରେଞ୍ଜ୍ ପୂର୍ବାନୁମାନ ପ୍ରକାଶ କରିବାବେଳେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଏପ୍ରିଲ ୧୬ରେ କହିଥିଲେ, “ଦୀର୍ଘକାଳୀନ ହାରାହାରି ହିସାବରେ ଚଳିତ ବର୍ଷ ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବ। ଯାହା ସ୍ୱାଭାବିକ ମୌସୁମୀ ଭାବେ ଗୃହୀତ ହୋଇଥାଏ। ଯଦି ଏଭଳି ହେବ ତାହେଲେ ଦେଶ ପାଇଁ ଭଲ ଖବର। ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେଲେ ଦେଶରେ କୃଷି ଉତ୍ପାଦନ ଭଲ ହେବାରେ ସାହାଯ୍ୟ କରିବ। ” ତେବେ ଏହା ୫ ପ୍ରତିଶତ କମ୍ ବେଶୀ ହୋଇପାରେ।

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

The post କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ appeared first on Odisha Reporter.



from Odisha Reporter https://ift.tt/3fM2Erj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages