୧୮ ବର୍ଷ ବୟସରେ ଛୁଆ ସହ ଏକା ହୋଇଯାଇଥିଲେ ଆନି, ତଥାପି ଲଢ଼େଇ କରି ଏବେ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

୧୮ ବର୍ଷ ବୟସରେ ଛୁଆ ସହ ଏକା ହୋଇଯାଇଥିଲେ ଆନି, ତଥାପି ଲଢ଼େଇ କରି ଏବେ ପୁଲିସ୍‌

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ୩୧ ବର୍ଷୀୟ ମହିଳା ଆନି ଶିବା। ମାତ୍ର ୧୮ ବର୍ଷ ବୟସରେ ଆନିଙ୍କୁ ତାଙ୍କ ସ୍ୱାମୀ ଓ ପରିବାର ଲୋକ ଛୋଟ ଛୁଆ ସହ ଘରୁ ବାହାର କରିଦେଇଥିଲେ। ବାପା ଘର ବିରୋଧରେ ଯାଇ ସେ ବିବାହ କରିଥିବାରୁ ସେଠାରେ ମଧ୍ୟ ତାଙ୍କୁ ରହିବାକୁ ସୁଯୋଗ ମିଳି ନଥିଲା।

ଏତେ ବଡ଼ ଦୁନିଆରେ ଛୋଟ ଛୁଆକୁ ଧରି ଆନି କ’ଣ କରିବେ, ସେ ଚିନ୍ତା ତାଙ୍କୁ ଘାରି ଥିଲା। ହେଲେ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷର କାହାଣୀ। ସେ ବଞ୍ଚିବା ପାଇଁ ପ୍ରଥମେ କେରଳର ଭରକାଲା ଠାରେ ଲେମ୍ବୁ ସର୍ବତ ଓ ଆଇସିକ୍ରିମ ବିକ୍ରି କରିବା ଆରମ୍ଭ କରିଥିଲେ। ତଥାପି ସେ ବଡ଼ ସ୍ୱପ୍ନ ଦେଖିବା ଛାଡ଼ି ନଥିଲେ। ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି। ଏବେ ସେ ଭରକାଲାରେ ପୁଲିସ୍‌ ଅଫିସର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।

କେରଳ ପୁଲିସ୍‌ ଆନିଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛି। ଏଥିରେ କୁହାଯାଇଛି ଯେ ବିଶ୍ୱାସ ଓ ଇଚ୍ଛାଶକ୍ତିର ପ୍ରକୃତ ହିରୋ ହେଉଛନ୍ତି ଆନି। ମାତ୍ର ୧୮ ବଷୟ ବୟସରେ ନିଜର ୬ ମାସର ଶିଶୁକୁ ଧରି ପୂରା ଦୁନିଆରେ ଏକା ହୋଇ ଯାଇଥିବା ଆନି ଆଜି ନିଜ ପରିଶ୍ରମ ବଲରେ ଜଣେ ସବ୍‌ ଇସନପେକ୍ଟର ହୋଇପାରିଛନ୍ତି। ତେଣୁ ସେ ସମସ୍ତଙ୍କର ପ୍ରେରଣାର ଉତ୍ସ।

ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଭରକାଲା ପୁଲିସ୍ ଷ୍ଟେସନରେ ସବ ଇନସପେକ୍ଟର ହେବା ପରେ ଆନି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ମାତ୍ର କିଛି ଦିନ ତଳେ ଭରକାଲ ପୁଲିସ ଷ୍ଟେସନରେ ମୁଁ ପାଇଥିବା ପଦବୀ ସମ୍ପର୍କରେ ଜାଣିବାକୁ ପାଇଛି। ଏହି ସ୍ଥାନରେ ହିଁ ମୁଁ ମୋ ଛୋଟ ଛୁଆ ସହ ଅନେକ ଲୁହ ଗଡ଼ାଇଥିଲି। ଏହି ସମୟରେ ମୋତେ କେହି ବି ସହଯୋଗ କିମ୍ବା ସମର୍ଥନ କରି ନଥିଲେ।


ଭରକାଲା ଶିବଗିରି ଆଶ୍ରମ ଷ୍ଟଲରେ ମୁଁ ଅନେକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲି। ଲେମ୍ବୁ ସର୍ବତ ଠାରୁ ଆରମ୍ଭ କରି ଆଇସିକ୍ରିମ ଓ ହାତ ତିଆରି କ୍ରାଫ୍ଟ ମୁଁ ଲୋକଙ୍କୁ ବିକ୍ରି କରିଛି। ହେଲେ ମୋତେ କୌଣସି ଲାଭ ମିଳି ନଥିଲା। ଏହି ସମୟରେ ଜଣେ ବ୍ୟକ୍ତି ମୋତେ ପରାମର୍ଶ ଦେବା ସହ ସବ ଇନସପେକ୍ଟର ପଦ ପାଇଁ ପରୀକ୍ଷା ଦେବାକୁ ଟଙ୍କା ଦେଇଥିଲେ। ଏହି ଟଙ୍କାରେ ମୁଁ ପରୀକ୍ଷା ଦେଇ ଆଜି ଏହି ସ୍ଥାନରେ ପହଞ୍ଚିଛି।”

ଏହି ଘଟଣା ପରେ ଚାରିଆଡ଼ୁ ଆନିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

The post ୧୮ ବର୍ଷ ବୟସରେ ଛୁଆ ସହ ଏକା ହୋଇଯାଇଥିଲେ ଆନି, ତଥାପି ଲଢ଼େଇ କରି ଏବେ ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/2Tb2npe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages