ମୁମ୍ବାଇ: ନିଜକୁ ଫିଲ୍ମ ସମୀକ୍ଷକ ବୋଲାଉଥିବା ଏବଂ ପ୍ରତି କଥାରେ ନିଜର ମତ ଦେଉଥିବା କମାଲ ଆର୍ ଖାନ୍ ପୁଣି ଥରେ ଚର୍ଚ୍ଚାକୁ ଅସିଛନ୍ତି। ଏଥର ସେ ସୁପରଷ୍ଟାର ସଲମାନ ଓ ମିକା ସିଂହଙ୍କ ପରେ ବଲିଉଡର ବାଦଶାହା ଶାହାରୁଖ ଖାନ୍ଙ୍କ ସହ ନେଇଛନ୍ତି ପଙ୍ଗା।
କମାଲ୍ ଆର୍ ଖାନ୍ ଶାହାରୁଖ ଖାନ୍ଙ୍କ କ୍ୟାରିଅରକୁ ନେଇ ଟିପ୍ପଣୀ କରିବାକୁ ଚେଷ୍ଟା କରିଛନ୍ତି। ଶାହାରୁଖ ନିଜ କ୍ୟାରିଅରକୁ ନେଇ ସଠିକ୍ ନିଷ୍ପତ୍ତି ନେଇ ନାହାନ୍ତି ବୋଲି କେଆର୍କେ କହିଛନ୍ତି। ଏହାକୁ ନେଇ ସେ ଲଗାତର ଅନେକ ଟୁଇଟ୍ ମଧ୍ୟ କରିଛନ୍ତି।
ଶୁଣିବାକୁ ମିଳିଛି ଯେ, ଶାହାରୁଖ ସାଉଥର ଜଣାଶୁଣା ନିର୍ଦ୍ଦେଶକ ଅଟ୍ଲିଙ୍କ ସହ ମିଶି କାମ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଶାହାରୁଖ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ବୋଲି କେଆର୍କେ କହିଛନ୍ତି। କାରଣ ହିନ୍ଦୀ ଫିଲ୍ମକୁ ପସନ୍ଦ କରୁଥିବା ଦର୍ଶକଙ୍କ ବିଷୟରେ ଅଟଲିଙ୍କୁ କିଛି ବି ଜଣାନାହିଁ। ଏହାକୁ ନେଇ କେଆର୍କେ ଟୁଇଟ ଜରିଆରେ ଗୋଟିଏ ପରେ ଗୋଟିଏ ମତ ରଖିଛନ୍ତି।
କେଆର୍କେ କହିଛନ୍ତି, ‘ମୁଁ ଜାଣି ପାରୁନି, ଶହାରୁକ କାହିଁକି ସାଉଥ ନିର୍ଦ୍ଦେଶକ ଅଟଲିଙ୍କ ସହ କାମ କରୁଛନ୍ତି। ତାଙ୍କୁ ହିନ୍ଦୀ ପିଲ୍ମର ଦର୍ଶକଙ୍କ ପସନ୍ଦ ବିଷୟରେ କିଛି ଜଣାନାହିଁ। ଏହାହିଁ ଶାହାରୁଖଙ୍କ ବିଡମ୍ବନା, ଯିଏ ଫିଲ୍ମର କାହାଣୀ ବଦଳରେ ମେକର୍ସଙ୍କ ଉପରେ ଅଧିକ ଭରସା କରନ୍ତି। ଏଥିପାଇଁ ଲୋକେ ତାଙ୍କୁ ‘ପଠାନ୍’ ଭଳି ମସାଲାଦାର୍ ଫିଲ୍ମରେ ମଧ୍ୟ ଗ୍ରହଣ କଲେ ନାହିଁ। ଶାହାରୁଖ ଅନ୍ୟ ଅଭିନେତାଙ୍କ ଭଳି ହିଁ ଭୁଲ୍ କରୁଛନ୍ତି ।’
ସୂଚନା ମୁତାବକ କେଆର୍କେ ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ସହ ପଙ୍ଗା ନେଇଥିଲେ। ତାଙ୍କ ଫିଲ୍ମ ‘ରାଧେ’କୁ ନେଇ ଟିପ୍ପଣୀ ଦେଇଥିଲେ। ଏହାପରେ ତାଙ୍କ ଉପରେ ମାନହାନି ମାମଲା ରୁଜୁ ହୋଇଥିଲା। ଏବେବି ସଲମାନ ଓ କେଆର୍କେଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଛି।
The post ସଲମାନଙ୍କ ପରେ ଏବେ ଶାହାରୁଖଙ୍କ ପାଳି appeared first on Odisha Reporter.
from Odisha Reporter https://ift.tt/3qsmE64
No comments:
Post a Comment