କମୁଛି କରୋନା ସଂକ୍ରମଣ, ଆଜି ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

କମୁଛି କରୋନା ସଂକ୍ରମଣ, ଆଜି ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫ଟାରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଛି।

ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏପ୍ରିଲ ମାସରୁ ଦେଶରେ ବୃଦ୍ଧି ପାଇବାରେ ଲାଗିଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଏବେ ସଂକ୍ରମଣ ହ୍ରାସ ପାଇବା ସହ ବିଭିନ୍ନ ରାଜ୍ୟରେ କଟକଣା କୋହଳ କରାଯାଉଛି। ଏସବୁ ଭିତରେ ମୋଦି କ’ଣ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।


ଗତ ୨୪ ଘଣ୍ଟାରେ ଦେଶରେ ବିଗତ ୬୦ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ୧ ଲକ୍ଷ ୬୩୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୃତ୍ୟୁସଂଖ୍ୟା ମଧ୍ୟ ୨୪୨୭କୁ ହ୍ରାସ ପାଇଛି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ପ୍ରାୟ ୧୪ ଲକ୍ଷ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ପାଇଁ କରୋନା ସମ୍ପର୍କରେ ଦେଶବାସୀଙ୍କୁ ଏପ୍ରିଲ ୨୦ରେ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ସଂକ୍ରମଣ ବଢ଼ିଥିଲେ ହେଁ ମୋଦି କୌଣସି ପ୍ରକାରର ଦେଶବାସୀଙ୍କୁ ସମ୍ବୋଧନ କରି ନଥିଲେ।

The post କମୁଛି କରୋନା ସଂକ୍ରମଣ, ଆଜି ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି appeared first on Odisha Reporter.



from Odisha Reporter https://ift.tt/3x37033

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages