ବିଧବାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ଦିନ ଜଙ୍ଗଲରେ ରଖିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

ବିଧବାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ଦିନ ଜଙ୍ଗଲରେ ରଖିଥିଲେ

କେନ୍ଦୁଝର (ପ୍ରଣୟ କୁମାର ପାଣି ): ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଏହି ମହିଳା ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ବଡ଼ବିଲ ଗୁରୁଦ୍ୱାରା ଛକରୁ ଏକ ସ୍କୋର୍ପିଓରେ ତାଙ୍କୁ ଅପହରଣ କରି ନିଆଯାଇଥିଲା।

ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଅଭିଯୁକ୍ତମାନେ ତାଙ୍କୁ ବଡ଼ବିଲ ଥାନା ଅନ୍ତର୍ଗତ ମୁଣ୍ଡାନାଲ ନିକଟ କାଜୁ ଜଙ୍ଗଲରେ ରଖି ଏକାଧିକ ବାର ଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ପୀଡିତା ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର  ଥାନାରେ ଅଭିଯୋଗ କରିଥିଲେ l

ଦୁଷ୍କର୍ମ ସଂପର୍କରେ କାହାକୁ କହିଲେ ମାରି ଦେବାକୁ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହିତ ତାଙ୍କ ଠାରୁ ୧୩ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ବଡ଼ବିଲ ପୁଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇ ତାଙ୍କୁ ଘରେ ଛାଡ଼ି ଦେଇଥିଲା । ତାଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଲେ ଅକ୍ଷୟ ଓଝା ଓ ରିସୀ ତରୁଆ।

ଡାକ୍ତରୀ ପରୀକ୍ଷା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

The post ବିଧବାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ଦିନ ଜଙ୍ଗଲରେ ରଖିଥିଲେ appeared first on Odisha Reporter.



from Odisha Reporter https://ift.tt/2T5kVa6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages