ଶଙ୍ଖ, ଘଣ୍ଟ ବଜାଇ ରଥଯାତ୍ରା ପାଇଁ ଅନୁମତି ମାଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଶଙ୍ଖ, ଘଣ୍ଟ ବଜାଇ ରଥଯାତ୍ରା ପାଇଁ ଅନୁମତି ମାଗିଲେ

ବାରିପଦା (ମାଣିକଲାଲ ପାଣି): ଶଙ୍ଖ ଫୁଙ୍କିଲେ, ଘଣ୍ଟ ବଜାଇଲେ। ହାତରେ ଫ୍ଲା’ କାର୍ଡ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କଲେ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ସକାଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବାରିପଦା ରଥଯାତ୍ରା କରିବା ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସହରବାସୀ ଆଜି ଏଭଳି ଢଙ୍ଗରେ ଶୋଭାଯାତ୍ରା କରିଛନ୍ତି। ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି କେଉଁଠି ରଥଯାତ୍ରା ହେବନାହିଁ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାସୀ। ଥର ଯାତ୍ରା କରିବା ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଦାବିରେ ବାରିପଦାର ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ଲୋକମାନେ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ର ହୋଇଥିଲେ। ପରେ ଶଙ୍ଖ ଫୁଙ୍କି ଓ ଘଣ୍ଟ ବଜାଇ ବିଶାଳ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ମାଉସୀ ମା’ ମନ୍ଦିର ଯାଏଁ ଯାଇଥିଲା। ଏଥିରେ ଶହଶହ ଲୋକ ସାମିଲ ହୋଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରଥଯାତ୍ରା କରିବାକୁ ଅନୁରୋଧ କରୁଛନ୍ତି ବାରିପଦା ସହରବାସୀ

ଆଜିର ଶୋଭାଯାତ୍ରାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମହାରାଜା ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ, ସିନେ ତାରକା ଅସିତ ପତିଙ୍କ ସମେତ ବହୁ ରାଜନେତା, ବରିଷ୍ଠ ନାଗରିକ, ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ବାରିପଦାରେ ୧୫୭୫ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଠାରେ ମହିଳାମାନେ ଦେବୀ ଶୁଭଦ୍ରାଙ୍କ ରଥକୁ ଟାଣି ଥାଆନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ପରମ୍ପରାକୁ ବନ୍ଦ ନ କରିବାକୁ ଦାବି ହୋଇଛି।

The post ଶଙ୍ଖ, ଘଣ୍ଟ ବଜାଇ ରଥଯାତ୍ରା ପାଇଁ ଅନୁମତି ମାଗିଲେ appeared first on Odisha Reporter.



from Odisha Reporter https://ift.tt/3vsjQXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages