ନୂଆଦିଲ୍ଲୀ: କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଶର ଦୈନିକ ସଂକ୍ରମଣ ୨୪ ଘଣ୍ଟା ଭିତରେ ସାମାନ୍ୟ ବଢ଼ିଛି। ତଥାପି ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଅବଶ୍ୟ ଏହା ୨୫ ଶହ ଉପରେ ରହିଥିବାରୁ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।
ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨୫୪୨ ଜଣଙ୍କ ଜୀବନ ନେଇଛି କରୋନା। ଗତକାଲି ଦୈନିକ ସଂକ୍ରମଣ ୬୦ ହଜାର ରହିଥିଲା। ତେବେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷକୁ ଖସି ଆସିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ଆଉ ୬୨, ୨୨୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୬୦,୪୭୧ ରହିଥିଲା। ଅର୍ଥାତ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬,୩୩,୧୦୫କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୩୦,୯୮୭ଟି ନମୁନା ପରୀକ୍ଷା କରାଯାଇଛି।
ସେହିପରି ମହାମାରୀ କରୋନା ଦେଶରେ ଆଉ ୨୫୪୨ ଜଣଙ୍କ ଜୀବନ ନେଇଛି। ଗତକାଲି କିଲର ଭାଇରସ ୨୭୨୬ ଜଣଙ୍କ ମୁଣ୍ଡ ନେଇଥିଲା। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୭୯,୫୭୩ରେ ପହଞ୍ଚି ଯାଇଛି। ସେହିପରି ଦିନକରେ ୧,୦୭,୬୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଫଳରେ ଦେଶରେ ଏଯାଏ ମୋଟ ୨,୮୩,୮୮,୧୦୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭେ କେସ୍ ସଂଖ୍ୟା ୮,୬୫,୪୩୨ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍ ସଂଖ୍ୟା ଆଜି ୪୭,୯୪୬ ହ୍ରାସ ପାଇଛି।
India reports 62,224 new #COVID19 cases, 1,07,628 discharges & 2542 deaths in last 24 hours, as per Health Ministry
Total cases: 2,96,33,105
Total discharges: 2,83,88,100
Death toll: 3,79,573
Active cases: 8,65,432Total Vaccination: 26,19,72,014 (28,00,458 in last 24 hrs) pic.twitter.com/mEVj5dNxHZ
— ANI (@ANI) June 16, 2021
ସେହିପରି ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ଜରିଆରେ ଏଯାଏ ୨୬,୧୯, ୭୨,୦୧୪ ଡୋଜ୍ର ଟିକା ଲୋକଙ୍କୁ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ୨୮,୦୦,୪୫୮ ଡୋଜ୍ ଟିକାକରଣ ହୋଇଛି।
୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୧୨,୨୪୬, ତାମିଲନାଡୁରେ ୧୧,୮୦୫, ମହାରାଷ୍ଟ୍ରରେ ୭,୬୫୨, ଆନ୍ଧ୍ରପ୍ରଦେଶରେ ୫,୭୪୧ ଓ କର୍ଣ୍ଣାଟକାରେ ୫,୦୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତ ତାଲିକାରରେ ଏହି ୫ ରାଜ୍ୟ ସବୁଠାରୁ ଆଗରେ ରହିଛନ୍ତି। ତେବେ ପୂର୍ବାପେକ୍ଷା ଏଠାରେ ସଂକ୍ରମଣ ହ୍ରାସ ପାଇଛି।
The post ଦେଶରେ ସାମାନ୍ୟ ବଢ଼ିଲା ସଂକ୍ରମଣ, କମିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3gHTFa2
No comments:
Post a Comment