ଚୌଦ୍ଵାର (ଓଡ଼ିଶା ରିପୋର୍ଟର): ଟ୍ରେଲର ପଛରେ ପିଟି ହେଲା ପିକ୍ଅପ୍ ଭ୍ୟାନ୍। ଚାଲି ଗଲା ଦୁଇ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ମଙ୍ଗୁଳି ଛକ ନିଟକରେ।
ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମଙ୍ଗୁଳି ଛକ ନିକଟରେ ରଶ୍ମି ମୋଟର ସାମ୍ନାରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ଛିଡ଼ା ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଏହାକୁ ପଛପାଖରୁ ଧକ୍କା ଦେଇଥିଲା। ଏଥିରେ ପିକ୍ଅପ୍ ଭ୍ୟାନ୍ର ସମ୍ମୁଖଭାଗ କ୍ୟାବିନ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏଥିରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣ ବସିଥିବା ବେଳେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଡ୍ରାଇଭର ଆହତ ହୋଇଛନ୍ତି।
ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ତା’ସହିତ ବ୍ୟବଚ୍ଛେଦ ପାଇଁ ପୁଲିସ୍ ଦୁଇଟି ଯାକ ମୃତଦେହକୁ ମଧ୍ୟ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।
ଆହତ ଡ୍ରାଇଭର ଦେଇଥିବା ସୂଚନା ଅନୁଯାୟୀ ଦୁଇ ମୃତକ ବାଲେଶ୍ୱର ଅଞ୍ଚଳର। ତେବେ ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ୍ ତଦନ୍ତ ଜାରି ରଖିଛି।
The post ଟ୍ରେଲର ପଛରେ ପିଟି ହେଲା ପିକ୍ଅପ୍ ଭ୍ୟାନ୍; ୨ ମୃତ appeared first on Odisha Reporter.
from Odisha Reporter https://ift.tt/3zx8HYL
No comments:
Post a Comment