ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ

ନୂଆଦିଲ୍ଲୀ: କରୋନା ପରୀକ୍ଷାଗାରରୁ ତିଆରି ହୋଇଛି ନା ପ୍ରକୃତିରୁ? ଏ  ନେଇ ବିଭିନ୍ନ ଗବେଷକ ନିଜ ନିଜର ମତାମତ ରଖୁଛନ୍ତି। ଏହାରି ଭିତରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ ନେଚର ପ୍ରକାଶ କରିଛି କରୋନାକୁ ନେଇ କିଛି ତଥ୍ୟ, ଯାହା ବେଜିଂରୁ କାଠଗଡ଼ାରେ ଛିଡା କରି ଦେଇଛି। ଆମେରିକା ସମେତ ଅନେକ ଦେଶ ଏହି କରୋନା ମହାମାରୀ ଚାଇନାର ଉହାନ ଲ୍ୟାବରୁ ତିଆରି ହୋଇଛି ବୋଲି ଦାବି କରୁଛନ୍ତି। ହେଲେ ଚାଇନା ଏହାକୁ ଖାରଜ କରି ଆସୁଛି। ଏହା ବାଦୁଡିରୁ ସଂକ୍ରମିତ ହୋଇଛି ବୋଲି ବେଜିଂ ଦାବି କରୁଛି। ତେବେ ନେଚରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଭାଇରସକୁ ମଣିଷଙ୍କ ମଧ୍ୟରେ ସଂକ୍ରମଣ କରାଇବା ପାଇଁ ବିଶେଷ ରୂପରେ ତିଆରି କରାଯାଇ ଥାଇପାରେ। ତେଣୁ ଚାଇନା ଦାବି କରିଛି ଏହି ଭାଇରସ ଚାଇନାର ଲ୍ୟାବରୁ ତିଆରି ହୋଇଛି। ଏହା ପଛରେ ବିଜ୍ଞାନର ଏକ ଭୂମିକା ରହିଛି।

ଏହି ରିପୋର୍ଟରେ କୁହାଯାଇଛି କରୋନା ସଂକ୍ରମଣର ଅନେକ କିଛି ଗୁଣ ବା ଫିଚର ଅସାମାନ୍ୟ ରହିଛି। ଏହି ଭାଇରସର ଜେନେଟିକ ସିକ୍ୟୁଏନ୍ସି ସିଗନାଲିଂର ଏକ ଫିଚର ରହିଛି। ତେଣୁ ଏହି ଭାଇରସ ମାନବ ଦ୍ୱାରା ତିଆରି ହୋଇଛି ବୋଲି ଆଶଙ୍କା କରିଛି ଏହି ଅନ୍ତର୍ଜାତୀୟ ଜର୍ଣ୍ଣାଲ।

ଏଥିରେ କୋଷ ମଧ୍ୟରେ ପ୍ରୋଟିନ୍ ଗୁଡିକ ନିର୍ଦ୍ଦେଶିତ ହୋଇପାରେ। କିନ୍ତୁ ସାଧାରଣତଃ ଏହି ପ୍ରକାର ଭାଇରସରେ ମିଳୁଥିବା ପ୍ରୋଟିନ ଗୁଡ଼ିକର କେଉଁଠାରୁ ସଂକ୍ରମିତ ହୋଇଛି ତାର ପ୍ରମାଣ ରହୁନି। ତେଣୁ ଏହାକୁ ମାନବ ଦ୍ୱାରା ହିଁ ବହୁତ କୌଶଳର ସହ ତିଆରି କରାଯାଇଛି ବୋଲି ଆଶଙ୍କା କରାଯାଉଛି। ଏହି ଭାଇରସ ଦ୍ରୁତ ଗତିରେ ଅନ୍ୟ ଜଣଙ୍କୁ ବ୍ୟାପୁଛି। ହେଲେ କାହା ପାଖରୁ ବ୍ୟାପୁଛି ତାର ପ୍ରମାଣ ରହୁନି। ସେହିପରି ଏହି ଭାଇରସର ଫୁରିନ୍ କ୍ଲିଭିଜ୍ ସାଇଟ୍ ମଧ୍ୟ ମଣିଷ ଦ୍ୱାରା ତିଆରି ହୋଇଥିବା କୁହାଯାଉଛି। କାଲିଫର୍ଣ୍ଣିଆ ସ୍ଥିତ ଭାଇରୋଲୋଜିଷ୍ଟ ଆଣ୍ଡର୍ସେନ କହିଛନ୍ତି, ଫୁରିନ କ୍ଲିଭେଜ ସାଇଟ ହେଉଛି ଏପରି ଏକ ଫିଚର ଯାହାକି ମଣିଷ ଶରୀରରେ ସଂକ୍ରମଣ ପାଇଁ ଦାୟୀ କରାଯାଇପାରେ। ଏହି ଫୁରିନ୍ ସାଇଟ କରୋନାର ସ୍ପାଇକ୍ ପ୍ରୋଟିନରେ ରହିଛି।

ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସାଇଟ୍ ପୂର୍ବରୁ କରୋନାରେ ଦେଖାଯାଇଥିଲା, କିନ୍ତୁ କୋଭିଡ -19 ରେ ସେହି ସମସ୍ତ ଫିଚର ଏକାଠି ଦେଖାଯାଉଛି ଯାହାକି ସଂକ୍ରମଣକୁ ଅଧିକ ବଳ ଯୋଗାଉଛି। ତେଣୁ ଏହା କେବେ ସଂଯୋଗ ବୋଲି କହିହେବନି। ଭାଇରସରେ ଥିବା ନ୍ୟୁକ୍ଲିଓଟାଇଡ୍ସରେ ମଧ୍ୟ ଅନେକ ସଂଯୋଗ ଏହିପରି ରହିଥିବା ଜଣାପଡ଼ିଛି।

ତେବେ ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଥିବାର ସେମିତି କୌଣସି ଠୋସ୍ ପ୍ରମାଣ ନାହିଁ। ଏହି ଭାଇରସର ଜିନୋମ ବାଦୁଡି ସହିତ ଲିଙ୍କ ରହିଛି। କାରଣ ଉଭୟଙ୍କ ଜିନୋମ ୯୬% ସମାନ ରହିଛି। ଯଦି ଏହା ବାଦୁଡିରୁ ମଣିଷକୁ ଆସିଛି। ତେଣୁ ବୈଜ୍ଞାନିକମାନେ ଏହାକୁ ପ୍ରକୃତିରୁ ଆସିଛି ବୋଲି କହୁଛନ୍ତି। ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବାଦୁଡିରୁ ଅନ୍ୟ ଏକ ଜୀବଜନ୍ତୁକୁ ଏହି ସଂକ୍ରମଣ ବ୍ୟାପିଛି ପରେ ମଣିଷ ପାଖକୁ ଏହି ଭାଇରସ ବ୍ୟାପିଛି। ଯଦି ଏହା ସତ ତାହେଲେ ଏପର୍ଯ୍ୟନ୍ତ ୮୦ ହଜାର ସନ୍ଦିଗ୍ଧ ପ୍ରାଣୀଙ୍କର ଜିନୋମ ପରୀକ୍ଷା କରାଯାଇଛି। କିନ୍ତୁ ବାଦୁଡିରୁ କେଉଁ ପ୍ରାଣୀ ପାଖକୁ ବ୍ୟାପିଛି ତାହା ଜଣାପଡ଼ିନାହିଁ। ତେଣୁ ଏହି ଭାଇରସ ପ୍ରକୃତିରୁ ଉତ୍ପତ୍ତି ଦାବିକୁ ଗ୍ରହଣ କରାଯାଇପାରିବନି ବୋଲି ଅନ୍ତର୍ଜାତୀୟ ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

The post ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ appeared first on Odisha Reporter.



from Odisha Reporter https://ift.tt/3vbyPVG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages