ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି।
ମୃତ୍ୟୁ ବେଳକୁ ପ୍ରଫେସର ରାଧାମୋହନଙ୍କୁ ୭୮ ବର୍ଷ ହୋଇଥିଲା। ବୟସାଧିକ ଯୋଗୁ ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିଲେ।
ଅର୍ଥନୀତିର ପ୍ରଫେସର ଥିଲେ ରାଧାମୋହନ। ସରକାରୀ ଚାକିରିରେ ଥାଇ ସେ ଜୈବିକ କୃଷି ପ୍ରତି ମନ ବଳାଇଥିଲେ। ଆଉ ଜୈବିକ କୃଷି କ୍ଷେତ୍ରରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଜୈବିକ କୃଷି ସହିତ ସେ ପରିବେଶର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଫେସର ରାଧାମୋହନ ଓଡ଼ିଶାର ସୂଚନା କମିଶନର ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସୂଚନା କମିଶନର ଭାବେ ତାଙ୍କ କାର୍ଯ୍ୟ ଖୁବ୍ ପ୍ରଶଂସନୀୟ ଥିଲା।
The post ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3cu3KGb
No comments:
Post a Comment