ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ମୃତ୍ୟ ସଂଖ୍ୟା ଉଦବେଗଜନକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ମୃତ୍ୟ ସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦୁର୍ବଳ ହେଉଛି କରୋନର ଦ୍ୱିତୀୟ ଲହର। ବିଭିନ୍ନ ରାଜ୍ୟର ଲକଡାଉନ ଏବଂ ଶଟଡାଉନ ଲାଗୁର ପ୍ରଭାବ ସାରା ଦେଶରେ ପଡ଼ିଛି। ଯଦିଓ ସଂକ୍ରମିତ ସଂଖ୍ୟା କମୁଛି ହେଲେ ମୃତ୍ୟୁ ସଂଖ୍ୟା ଉଦବେଗଜନକ ରହିଛି। ଅନ୍ୟପଟେ ସଂକ୍ରମଣ କମିଥିବାରୁ ଆଜି ରାଜଧାନୀ ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଦେଶରେ ୨୪ ଘଣ୍ଟାରେ ୭୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାର୍ଚ୍ଚ ୩୧ ପରେ ପ୍ରଥମ ଥର ପାଇଁ ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ୪ ହଜାର ପାଖାପାଖି ରହିଛି। ବିଭିନ୍ନ ରାଜ୍ୟ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ସଂଶୋଧନ କରୁଥିବାରୁ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସୂଚନା ରହିଛି। ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବା ପରେ ୧୨ ଦିନରେ ୮ ହଜାରରୁ ଅଧିକ ମୃତ୍ୟୁ ସଂଖ୍ୟା ବଢ଼ିଛି।

ସୋମବାର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା ୭୦ ହଜାର ୪୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩ ହଜାର ୯୨୧ ରହିଛି। ସେହିପରି ୧ ଲକ୍ଷ ୧୯ ହଜାର ୫୦୧ ଜଣ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଏବେ ଦେଶରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୧୦ ଲକ୍ଷ ତଳେ ରହିଛି। ମୋଟ୍ ଉପରେ ୯ ଲକ୍ଷ ୭୩ ହଜାର ୧୫୮ ଜଣ ଚିକିତ୍ସାଧୀନ ରହିଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଏବେ ୨,୯୫,୧୦,୪୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩ ଲକ୍ଷ ୭୪ ହଜାର ୩୦୫ ଜଣ ମୋଟ୍ କରୋନାର ଆଁରେ ଆଖି ବୁଜିଛନ୍ତି। ଏବେ ଦେଶରେ ଦୈନିକ ପଜିଟିଭିଟି ହାର ୪.୭୧ ପ୍ରତିଶତ ରହିଛି। ସପ୍ତାହେ ହେବ ଦୈନିକ ସଂକ୍ରମଣ ୫ ପ୍ରତିଶତରୁ ତଳେ ରହିଛି।

The post ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ମୃତ୍ୟ ସଂଖ୍ୟା ଉଦବେଗଜନକ appeared first on Odisha Reporter.



from Odisha Reporter https://ift.tt/3gmF70A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages