ଏହି ଜାଗାକୁ ଯିବାକୁ ଥିଲା ଇଚ୍ଛା, ତା’ପୂର୍ବରୁ ଦୁନିଆକୁ କହିଥିଲେ ଅଲବିଦା ସୁଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଏହି ଜାଗାକୁ ଯିବାକୁ ଥିଲା ଇଚ୍ଛା, ତା’ପୂର୍ବରୁ ଦୁନିଆକୁ କହିଥିଲେ ଅଲବିଦା ସୁଶାନ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରି ଯାଇଛି। ତଥାପି ବିଶ୍ୱାସ ହେଉନି ଯେ ସେ ସତରେ ଏ ଦୁନିଆକୁ ଅଲବିଦା କହି ସାରିଛନ୍ତି।

ଭଲ ଛାତ୍ର ଥିବା ସୁଶାନ୍ତଙ୍କର ମହାକାଶ ବିଜ୍ଞାନ ପ୍ରତି ଥିଲା ଅହେତୁକ ଦୁର୍ବଳତା। ଅଭିନୟ ଜଗତରେ ପାଦ ଥାପିଥିଲେ ବି ଗ୍ରହନକ୍ଷତ୍ରଙ୍କ ପ୍ରତି ତାଙ୍କର ଥିଲା ବିଶେଷ ଆକର୍ଷଣ।

ସୁଶାନ୍ତ ବଲିଉଡର ପ୍ରଥମ ଅଭିନେତା ଯିଏ ୨୦୧୮ ମସିହାରେ ଜହ୍ନରେ ଜାଗା କିଣିଥିଲେ। ଆଉ ଜହ୍ନକୁ ଟିକେ ପାଖରୁ ତଥା ଭଲ ଭାବେ ଦେଖିବାକୁ ୫୬ ଲକ୍ଷ ଟଙ୍କା ଦେଇ ଦୂରବୀକ୍ଷଣ ଯନ୍ତ୍ର କିଣିଥିଲେ। ସମୟ ପାଇଲେ ସେ ତାଙ୍କର ଏହି ଦୁନିଆରେ ବୁଡ଼ି ରହୁଥିଲେ।

ବି’ ଟାଉନର ଅନ୍ୟ ଷ୍ଟାରଙ୍କଠାରୁ ଭିନ୍ନ ଥିଲେ ସୁଶାନ୍ତ। ସମସ୍ତେ ନିଜ ଅଭିନୟ ଉପରେ ଫୋକସ କରୁଥିବା ବେଳେ ସୁଶାନ୍ତ ସବୁବେଳେ କିଛି ଦୁଃସାହାସିକ କାମ କରିବାକୁ ଆଗ୍ରହୀ ଥିଲେ। ଏକଥା କହିଛନ୍ତି ସୁଶାନ୍ତଙ୍କ କୋ-ଷ୍ଟାର ପ୍ରତୀକ ବବର।

ପ୍ରତୀକ କହିଛନ୍ତି, ‘ଛିଛୋରେ’ ଫିଲ୍ମର ଶୁଟିଂ ସମୟରେ ସୁଶାନ୍ତଙ୍କୁ ଚିହ୍ନିବାର ସୁଯୋଗ ପାଇଥିଲି। ସେ ଅନ୍ୟ ବଲିଉଡ ଷ୍ଟାରଙ୍କଠାରୁ ଅଲଗା ଥିଲେ। ତାଙ୍କ ମନରେ ଏକ ଇଚ୍ଛା ଦବି ରହିଥିଲା। ସେ ଆଣ୍ଟାର୍କଟିକା ଯିବାକୁ ଖୁବ ଆଗ୍ରହୀ ଥିଲେ l ‘ଛିଛୋରେ’ ଫିଲ୍ମ ସାରି ସେ ଆଣ୍ଟାର୍କଟିକା ଯିବେ ବୋଲି ମନସ୍ଥ କରିଥିଲେ l ହେଲେ ଵିଧିର ବିଧାନ ଅଲଗା ଥିଲା। ତା’ ଆଗରୁ ସେ ଦୁନିଆ ଛାଡ଼ି ଦେଇଥିଲେ।

ପ୍ରତୀକଙ୍କ କହିବା ଅନୁଯାୟୀ, ସୁଶାନ୍ତ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ବଞ୍ଚିବାକୁ ଚାହୁଁଥିଲେ। ଜୀବନରେ ତାଙ୍କର ଯୋଜନା ଓ ପ୍ରାଥମିକତା ସମ୍ପୂର୍ଣ୍ଣ ଅଲଗା ଥିଲା।

ସୂଚନାଯୋଗ୍ୟ, ମାତ୍ର ୩୪ ବର୍ଷରେ ଦୁନିଆକୁ ଅଲବିଦା କହିଥିଲେ ସୁଶାନ୍ତି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ଘଟଣାକୁ ଆଜି ବର୍ଷେ ପୂରିଛି। କିନ୍ତୁ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠି ପାରନି। ନ୍ୟାୟ ଅପେକ୍ଷାରେ ଅଛନ୍ତି ତାଙ୍କ ପରିବାର ଲୋକେ।

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ଶେଷଥର ପାଇଁ ୨୦୧୯ରେ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ମୃତ୍ୟୁ ପରେ ତାଙ୍କର ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

 

The post ଏହି ଜାଗାକୁ ଯିବାକୁ ଥିଲା ଇଚ୍ଛା, ତା’ପୂର୍ବରୁ ଦୁନିଆକୁ କହିଥିଲେ ଅଲବିଦା ସୁଶାନ୍ତ appeared first on Odisha Reporter.



from Odisha Reporter https://ift.tt/3cF2NuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages